ପିଡିଆଇଏସ ଛାତ୍ରଙ୍କ ସ୍ୱାଗତ ସମାରୋହ

Spread the love

ରାଉରକେଲା୨୬/୮ (ସନ୍ଧାନ ନିଉଜ/ଏସ.ନାୟକ) : ଦକ୍ଷିଣ ରାଉରକେଲା ମୋହିନୀ ବିହାର ସ୍ଥିତ ଚିନ୍ମୟ ଇନଷ୍ଟିଚୁ୍ୟଟ ଅଫ ଫାୟାର ଏଣ୍ଡ ସେଫଟି ଇଂଜିନିୟରିଙ୍ଗ ଇନଷ୍ଟିଚୁ୍ୟଟ ଠାରେ ପିଡ଼ିଆଇଏସରେ ୨୦୧୯-୨୦ ବର୍ଷର ଡିପ୍ଲୋମା ଛାତ୍ର ମାନଙ୍କ ସ୍ୱାଗତ ସମାରୋହ ଚିନ୍ମୟ ଏକାଡ଼େମୀର ନିଦେ୍ର୍ଦଶକ ତ୍ରିନାଥ ଦାସମୋହିନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ପ୍ରଭାତି ସାହୁ ପ୍ରଦାନ କରିଥିଲେ । ସାଇ ଭ୍ୟାଲି ଇଂଟରନେସନାଲର ଅଧ୍ୟକ୍ଷ ଡ଼.ଶୁଭେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ମାନଙ୍କୁ ନିଜ ଅଧ୍ୟୟନରେ ମନ ନିବେଶ କରିବା ସହ ଜଣେ ଜଣେ ସଫଳ ସୁରକ୍ଷା ଅଧିକାରୀ ଆଗାମୀ ଭବିଷ୍ୟତରେ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅଗ୍ନି ପ୍ରଶମନ ଏବଂ ଏ ସର୍ମ୍ପିର୍କିତ ସୁରକ୍ଷା ସଚେନତା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ବିଶେଷ କରି ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପୂର୍ବକ ଏହାର ସକରାତ୍ମକ ଏବଂ ନକରାତ୍ମକ ଦିଗ ସର୍ମ୍ପରେ ବିଶେଷ ଶିକ୍ଷା ଦେଲେ ଏହାର ସୁଫଳ ନିଶ୍ଚିତ ଭାବେ ସମାଜ ସୁରକ୍ଷା ଦିଗରେ ମୁଖ୍ୟ କବଚ ଭାବେ କାମ କରିବ ଏଥିରେ ସନେ୍ଦହ ନାହିଁ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଡ଼ାକ୍ତର. ଆର.ବି. ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଏକ ଶିଳ୍ପଭିତିକ ବାତାବରଣରେ ବ୍ୟବସାୟିକ ସ୍ୱାସ୍ଥ୍ୟ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆରଏସପିର ଏଜିଏମ୍ ଜୟନ୍ତ ନାଥ ସମଜଦାର, ଲଲାଟେନ୍ଦୁ କେଶରୀ ନନ୍ଦ ଓ ଅମିତାଭ ଠାକୁର ଯୋଗଦେଇ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସୁରକ୍ଷା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ । ମନୁଷ୍ୟକୃତ ଅବହେଳା ଯୋଗୁ ଦୁର୍ଘଟଣାର ହାର ବୃଦ୍ଧି ପାଉଥିବା ବେଳେ, ଉପଯୁକ୍ତ ଭାବେ ଭୂମି, ବାୟୁ ଓ ଜଳ ସମ୍ବନ୍ଧରେ ସଚେତନ ହେବା ସହ ସୁରକ୍ଷା ସମ୍ବନ୍ଧରେ ସଚେତନ ହେବା ଦରକାର ବୋଲି ପ୍ରକାଶ କରିଥିଲେ । ସୁରକ୍ଷା ସମ୍ବନ୍ଧରେ ଶିକ୍ଷା ହାଣ୍ଡିଶାଳ ଠାରୁ ଆରମ୍ଭ କରି ରାସ୍ତାଘାଟ ତଥା ବିଶେଷ କରି ଶିଳ୍ପାନୁଷ୍ଠାନରେ ଅପରିହାର୍ଯ୍ୟ ବୋଲି ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ସାରିକା ସିଂହ, ବିଭୁଦତ ସରନ ଏବଂ ୱାଇ.ପି. ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ପ୍ରଭାତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related Posts

About The Author

Add Comment