ପାଣିରେ ପଡ଼ିବ ଲକ୍ଷ ଲକ୍ଷ ଟଙ୍କା

Spread the love

ଚମ୍ପୁଆ,୨୯/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ମନରେଗା ଯୋଜନାରେ ଶ୍ରମଜୀବୀଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଚମ୍ପୁଆ ବ୍ଲକ୍‌ର‌ ପ୍ରତି ପଞ୍ଚାୟତରେ ଚାରାରୋପଣ କରାଯାଇଛି । କେଉଁଠି ଅଦରକାରୀ ସ୍ଥାନରେ ତ ଆଉ କେଉଁଠି ରାସ୍ତା କଡରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗଛ ଲାଗିଛି । ଚାରାରୋପଣ ସମୟରେ ଏହାର ଯତ୍ନ ଏବଂ ରକ୍ଷଣାବେକ୍ଷଣ ନେବା ପାଇ ଯେଉଁ ବାହାଣ୍ଡୋଟ ମରାଯାଉଛି ତାହା ତିଳେମାତ୍ର କାର୍ଯ୍ୟକାରୀ କରାଯାଉ ନଥିବାରୁ ଗଛ ଗୁଡିକ ଦିନ କେଇଟା ପରେ ମରିଯାଉଥିବା ଦେଖୁବାକୁ ମିଳିଛି । କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଅନୁଦାନକୁ ହଡ଼ପ କରିବାକୁ ବ୍ଳକ୍ ପ୍ରଶାସନ ସହିତ ପଞ୍ଚାୟତ କର୍ତ୍ତୁପକ୍ଷ ହାତ ମିଶାଇଛନ୍ତି ବୋଲି ଅଭିଯୋଗ ହେଉଛି । ଗ୍ରନ୍ଥ ଗୁଡିକର ଜଗାରଖା ତଥା ଯତ୍ନ ନେବା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଅନୁଦାନ ଖଞ୍ଜା ହୋଇଥିବାବେଳେ ଚମ୍ପୁଆ ବ୍ଲକରେ ଚଳିତ ଆର୍ଥିକ ବର୍ଷରେ ୬ ମାସ ତଳୁ ଲାଗିଥିବା ଗଛ ଗୁଡିକର ଆଉ ଯତ୍ନ ନିଆଯାଉନାହିଁ । ଏପରିକି କେଉଁଠି ପାଣି ମୁନ୍ଦେ ମଧ୍ୟ ଦିଆଯାଉନି । ଚାରା ଗୁଡିକର ସୁରକ୍ଷା ପାଇଁ ଲଗାଯାଇଥିବା ବାଉଁଶ ଖୁଣ୍ଟରେ ଲାଗିଥିବା ଘୋଡଣୀ ତଳେ ମଲା ଚାରା ଗଛ ଗୁଡିକୁ ଏହି ଯୋଜନାର ବିଫଳତା ବଖାଣୁଛି । ପ୍ରତି ଗ୍ରାମର ସ୍କୁଲ ପରିସରର ମଧ୍ୟ ଚଳିତ ବର୍ଷ ବୃକ୍ଷରୋପଣ କରାଯାଇ ବ୍ୟାପକ ଅର୍ଥ ବ୍ୟୟ କରାଯାଇଥିବାବେଳେ ଏହା କେବଳ ସରକାରୀ ଅନୁଦାନ ହରିଲୁଟ୍ ବୋଲି ଅଭିଯୋଗ ହେଉଛି । ଏନେଇ ଚମ୍ପୁଆ  ବୃକ୍ ବୃକ୍ଷରୋପଣ ଦାୟିତ୍ବରେ ଥିବା ଜିଆର ଏସ୍‌ଙ୍କୁ ଯୋଗାଯୋଗ କରିବାରୁ କହିଲେ, ଚମ୍ପୁଆ ବ୍ଲକ୍ ତରଫରୁ ଗଛ ଲଗାଯିବା ପରେ ସୁରକ୍ଷା ବାଡ ପାଇଁ ଅନୁଦାନ ମିଳିନାହିଁ । ଏପରିକି ଯେଉଁ ଶ୍ରମିକ ମାନେ ଏହି ଯୋଜନାରେ କାମ କରିଥିଲେ ସେମାନେ ମଜୁରି ପାଇ ନାହାନ୍ତି । ସୁରକ୍ଷା ବାଡ ପାଇଁ ହାତରୁ ଖର୍ଚ୍ଚ କରିଥିବା ଗ୍ରାମସାର୍ଥ ମାନେ ତାଙ୍କ ମୂଳ ପ୍ରାପ୍ୟ ପାଇ ନଥବାରୁ ଗଛ ଗୁଡିକର ଜଗାରଖା କରିବାକୁ ଗୁରୁତ୍ବ ଦେଉ ନାହାନ୍ତି । ମୋଟାମୋଟି ଭାବେ ବୃକ୍ କପକ୍ଷ ଗଛ ଗୁଡିକର ରକ୍ଷଣାପେକ୍ଷଣ ପ୍ରତି ଆଦୌ ସଚେତନ ନଥିବା ସହ ଅନୁଦାନ ରାଶିକୁ ଦେବାକୁ କୁଣ୍ଠାବୋଧ କରୁଥିବାରୁ ଏହି ଯୋଜନା ଏବେ ଚମ୍ପୁଆ ବ୍ଳକରେ ପ୍ରହସନରେ ପରିଣତ ହେବାକୁ ଯାଉଛି । ଏନେଇ ଚମ୍ପୁଆ ବ୍ଲକ୍ ଏପିଓ ସଙ୍ଗୀତା , ମୁର୍ମୁଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ମୋବାଇଲ୍ ରିସିଭ କରୁ ନାହାନ୍ତି 

Related Posts

About The Author

Add Comment