ଆଠମଲ୍ଲିକ, 27.01.2021 (ସନ୍ଧାନ ନିଉଜ୍):– ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ପଞ୍ଚାୟତର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ପାଞ୍ଚ ବର୍ଷର ନାବାଳିକାଙ୍କୁ ଅନୁଗୋଳ ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ସୋମବାର ନାବାଳିକା ଜଣଙ୍କ ଘର ଆଗରେ ଖେଳୁଥିବା ସମୟରେ ସଂପୃକ୍ତ ଯୁବକ ତାଙ୍କୁ ବାଇକରେ ବସାଇ ଖେଳପଡିଆକୁ ନେଇଯାଇଥିଲା । ଘଣ୍ଟାଏ ପରେ ତାଙ୍କୁ ଆଣି ଛାଡି ଚାଲିଯାଇଥିଲେ । ପରେ ନାବାଳିକାଙ୍କ ଅନ୍ତଃବସ୍ତ୍ରରେ ରକ୍ତଲାଗି ଥିବା ଦେଖି ପରିବାର ଲୋକ ତାଙ୍କୁ ଘଟଣା ବିଷୟରେ ପଚାରି ବୁଝିଥିଲେ । ନାବାଳିକା ଜଣଙ୍କ ସବୁ କଥା କହିବା ପରେ ଥାନାରେ ଏତଲା ଦିଆଯାଇଛି । ଏ ସଂପର୍କରେ ଠାକୁରଗଡ଼ ଆଇଆଇସି ପୀତାମ୍ବର ମହାଳିକ କହିଛନ୍ତି ରୁଜୁ କରାଯାଇଛି । ଅଭିଯୋଗ କରାଯାଇଥିବା ଯୁବକ ଫେରାର ଅଛି ।
ପାଞ୍ଚ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
|
January 27, 2021 |



