ଚଣ୍ଡିଖୋଲ, ୨୮/୪/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ପଂଚାୟତରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନିତି ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି ପଂଚାୟତର ମହାଦେବ ମନ୍ଦିର ପାଚେରୀ ନିର୍ମାଣରେ ସିମେଂଟ ଭାଗ ଦିଆଯାଉନଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ବିିଭିନ୍ନ ଗଣମାଧ୍ୟମରେ ଏହାର ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ପିଡି ବିଡିଓଙ୍କୁ ଏହାର କାର୍ଯ୍ୟ ତଦାରଖ କରିବା ସହ କାର୍ଯ୍ୟକୁ ବନ୍ଦ କରିବାକୁ କହିଥିଲେ । ମାତ୍ର କାର୍ଯ୍ୟକୁ ବନ୍ଦ କରାଯାଇନଯାଇ ଗଣମାଧ୍ୟମକୁ ମିଛରେ ବିଡିଓ କାର୍ଯ୍ୟ ବନ୍ଦ କରିଥିବା କହି ଭିତରେ କାର୍ଯ୍ୟ ସାରିଦେଇଥିଲେ । ଯେତେବେଳେ ଖବର ପ୍ରସାରଣ ହୋଇଥିଲା ସେହି ସମୟରେ ପାଚେରୀର ଉଚ୍ଚତା ମାତ୍ର ୧ଫୁଟରୁ ୨ଫୁଟ ଭିତରେ ରହିଥିବା ବେଳେ ବିଡିଓ କର୍ଯ୍ୟକୁ ବନ୍ଦ କରାଯାଇଛି ବୋଲି କହିଥିଲେ । ହେଲେ ଆଜି ପିଡି ବିଶାଳ ସିଂ ଏହାକୁ ତଦନ୍ତ କରିବାକୁ ଗଲା ବେଳେ ଏହାର ଉଚ୍ଚତା ୭ଫୁଟ ପ୍ରର୍ଯ୍ୟନ୍ତ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଗଣମାଧ୍ୟମକୁ ବିଡିଓ ମିଛ କହିବା ସହ ପୁଣି ଆଜି ପିଡିଙ୍କୁ ମଧ୍ୟ ଭୁଆଁ ବୁଲାଇ କାର୍ଯ୍ୟରେ ଅନୀୟମିତତା ହୋଇନଥିବା କହି ଫେରାଇ ଦେଇଛନ୍ତି । ଏପରକି ବୃକ୍ଷ ରୋପଣ କରାଯାଇଥିବା ସ୍ଥାନକୁ ପିଡିଙ୍କୁ ନେଇ ନାହାନ୍ତି । ଯାହା ଫଳରେ ପକୃତ ଘଟଣା ପିଡି ଜାଣିପାରିନାହାନ୍ତି । ପଂଚାୟତରେ ନରେଗା ଯୋଜନାରେ ସିସି ରୋଡ ଠାରୁ ନଣ୍ଡାଚୁଆ ପ୍ରର୍ଯ୍ୟନ୍ତ ବୃକ୍ଷ ରୋପଣ ଯୋଜନାରେ ୨ଲକ୍ଷ୭୫ହଜାର ଟଙ୍କାର ଅଟକଳରେ କରାଯାଇଥିବା କାର୍ଯ୍ୟରେ ଚାରା ବଂଚିନଥିବା ଏବଂ ସୂଚନା ଫଳକରେ ତଥ୍ୟ ନଥିବା ସହିତ ମାତ୍ର ଅଳ୍ପ କେତେକ ଚାରା ଲଗାଯାଇ ଏହାର ଅର୍ଥକୁ ଆତ୍ମସାତ କରଯାଇଥିବା ଅଭିଯୋଗ ହୋଇଥିଲା । ଆଜି ପିଡି ନିର୍ମାଣ ସ୍ଥଳକୁ ଯାଇଥିବା ବେଳେ ସେଠାରେ ଅନ୍ୟ କାର୍ଯ୍ୟ ଗୁଡିକୁ ବ୍ଲକ ପ୍ରଶାସନ ଦେଖାଇଲା ନାହିଁ । ଫଳରେ ଯାଜପୁରର ପିଡିଙ୍କୁ ମଧ୍ୟ ଭୂଆଁ ବୁଲାଇ ବ୍ଲକ ପ୍ରଶାସନ ଫେରାଇଦେଇଥିବା ଜଣାପଡିଛି । ଏହା ଉପରେ ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ସବୁ ଠିକ୍ ଠାକ୍ ଅଛି କୌଣସି ଅନୀୟମିତତା ହୋଇନାହିଁ । ତେବେ ଗଣମାଧ୍ୟମରେ ବାହାରିଥିବା ଖବର ଓ ସାମଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓ କଣ ମିଛ । ଏଥିରେ ସ୍ପଷ୍ଟ ହେଉଛି ଯେ ଖାଲି ଚଣ୍ଡିତଳ ପଂଚାୟତ ନୁହେଁ ବଡଚଣା ବ୍ଲକର ୪୩ଗୋଟି ପଂଚାୟତରେ ଏହିଭଳି ଦୁର୍ନିିତକୁ ବିଡିଓ ପ୍ରଶୟ ଦେଇଆସୁଛନ୍ତି । ଏହା ଉପରେ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରର ଅଧିକାରୀ ମାନେ ତଦନ୍ତ କରିବାକୁ ସାଧରଣରେ ଦାବି ହେଉଛି ।