ପାକିସ୍ତାନୀ ଟିଭିରେ ଭାରତୀୟ କାର୍ଯ୍ୟକ୍ରମର ପ୍ରସାରଣ ଉପରେ ନିଷେଧାଦେଶ ଜାରିକଲା ପାକ୍‌ ସୁପ୍ରିମ୍‌ କୋର୍ଟ

Spread the love

ଇସ୍‌ଲାମାବଦ୍‌ , ୯/୧ (ସନ୍ଧାନ ନିୟୁଜ) : ଏଣିକି ପାକିସ୍ତାନର କୌଣସି ଟିଭି ଚ୍ୟାନେଲରେ ଭାରତର କୌଣସି କାର୍ଯ୍ୟକ୍ରମ ପ୍ରସାରିତ ବା ପ୍ରଦର୍ଶିତ ହୋଇପାରିବ ନାହିଁ। ପାକିସ୍ତାନୀ ଟିଭି ଚ୍ୟାନେଲଗୁଡ଼ିକ ଉପରେ ଏହି ପ୍ରତିବନ୍ଧକ ଲଗାଇଛନ୍ତି ପାକିସ୍ତାନର ସୁପ୍ରିମ୍‌ କୋର୍ଟ। ପାକ୍‌ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଗତ ଏକ ମାମଲାର ଶୁଣାଣି କରି ଭାରତୀୟ କାର୍ଯ୍ୟକ୍ରମଗୁଡ଼ିକ ପାକିସ୍ତାନର ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରୁଥିବା ଦର୍ଶାଇ ଏହି ନିଷେଧାଦେଶ ଲଗାଇଛନ୍ତି।

ଏହି ମାମଲାର ଶୁଣାଣି ପାଇଁ ପାକିସ୍ତାନ ସୁପ୍ରମ୍‌ କୋର୍ଟର ତିନି ଜଣିଆ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ମଇନ୍‌ ସକିବ୍‌ ନସିର୍‌ କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ଭାରତୀୟ କାର୍ଯ୍ୟକ୍ରମକୁ ପାକିସ୍ତାନୀ ଟିଭିରେ ପ୍ରଦର୍ଶିତ କରାଯିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ପାକିସ୍ତାନ ଇଲେଟ୍ରୋନିକ୍‌ ମିଡିଆ ରେଗୁଲେଟରି ଅଥରିଟି (ପିଇଏମ୍‌ଆର୍‌ଏ) ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରି ପାକିସ୍ତାନ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ, ଭାରତୀୟ କାର୍ଯ୍ୟକ୍ରମଗୁଡ଼ିକ ପାକିସ୍ତାନୀ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରୁଥିବା ଦର୍ଶାଇ ଭାରତୀୟ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ଓ ପ୍ରଦର୍ଶନ ଉପରେ ଏହି ନିଷେଧାଦେଶ ଜାରି କରିଛନ୍ତି।

Related Posts

About The Author

Add Comment