ସୁନ୍ଦରଗଡ,୧୩/୦୨/୨୦୨୧ (ସନ୍ଧାନ ନିଉଜ/ରୋଶନ ପଟେଲ) ସୁନ୍ଦରଗଡ ଜିଲ୍ଲା ସବଡେ଼ଗା ବ୍ଲକ ର ଜାଇସର ପଞ୍ଚାୟତ ଅନ୍ତର୍ଗତ ଗଇଲୋ ଗ୍ରାମରେ ପାଇଖାନା ତିଆରିକୁ ନେଇ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି I ଗୋଟିଏ ପାଇଖାନା ଗୃହରେ ଏକାଧିକ ବିଲ ହୋଇ ଥିବା ଅଭିଯୋଗ ହୋଇଛି I
ସୂଚନା ଅନୁସାରେ ଗଇଲୋ ଗ୍ରାମର ଯୁଧିଷ୍ଠିର ବେହେରା ଏବଂ ତାଙ୍କର ଭାଇ ରମେଶ ବେହେରାଙ୍କ ନାମରେ ଦୁଇଟି ପାଇଖାନା ଜଣେ ଠିକାଦାର ନିର୍ମାଣ କରିଥିଲେ I ରମେଶ ବେହେରାଙ୍କର
ବିଲ ପାସ ହୋଇ ଥିବା ବେଳେ ଯୁଧିଷ୍ଠିର ବେହେରାଙ୍କୁ ଏଯାଏଁ ପଇସାଟିଏ ମଧ୍ୟ ମିଳିନାହିଁ I ଏହି ପାଇଖାନାକୁ ଦେଖାଇ ଅନ୍ୟ ଜଣେ ଟଙ୍କା ଉଠାଇଥିବା ଜଣI ପଡିଛି I ସେହି ପାଇଖାନାରେ ସୁନ୍ଦରମଣୀ ବେହେରାଙ୍କ ନାମ ଲେଖାଯାଇ ତାଙ୍କ ନାମରେ ପଇସା ଉଠାଣ ହୋଇଥିବା ଜଣାପଡିଛି I ଏହି ଘଟଣାରୁ ଜଣା ପଡୁଛି ଯେ ବିଭାଗୀୟ ଅଧିକାରୀ କେତେ ସଜାଗ ଅଛନ୍ତି I ତିଆରି ହୋଇଥିବା ପାଇଖାନାର ଯାଞ୍ଚ ନକରି ଠିକାଦାର ମାନଙ୍କୁ ବିଲ ପାସ କରିଦିଅI ଯାଉଥିବା ବୁଦ୍ଧିଜୀବୀ ମହଲାରେ ଚର୍ଚାର ବିଷୟ ପାଲଟିଛି I