ପରିବା ବିକ୍ରିରେ ବ୍ୟବହାର ହେଉଛି ଆମ୍ବୁଲାନ୍ସ

Spread the love

ସୁନ୍ଦରଗଡ଼ ତା: ୭/୩/୨୦୨୬( ସନ୍ଧାନ ନ୍ୟୁଜ/ରାଜୁ ପଟେଲ)  କୁରୁମକେଲ ସେବାଶ୍ରମର ଆମ୍ବୁଲାନ୍ସରେ ପରିବା ବୋଝେଇ ହେଉଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି | ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଏହି ଗାଡ଼ିକୁ ବ୍ୟକ୍ତିଗତ ବା ଅନ୍ୟ କାମରେ ବ୍ୟବହାର କରାଯିବା ଯୋଗୁଁ ସାଧାରଣ ରୋଗୀମାନେ ଉପଯୁକ୍ତ ସମୟରେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି |
ସରକାରୀ ନିୟମ  ଅନୁସାରେ ଆମ୍ବୁଲାନ୍ସ କେବଳ ରୋଗୀ ପରିବହନ ପାଇଁ ଉଦ୍ଦିଷ୍ଟ | ଏହାକୁ ପରିବା ବୋହିବା ଭଳି କାମରେ ବ୍ୟବହାର କରିବା ଏକ ବଡ଼ ଅବହେଲା ।ସୂଚନା ଅନୁସାରେ କୁରୁମକେଲ  ସେବାଶ୍ରମ ବିଦ୍ୟାଳୟ ତଥା ଚିକିତ୍ସାଲୟରେ ରହୁଥିବା  ସମସ୍ତ ଙ୍କ ପାଇଁ ପରିସରରେ ପରିବା ଚାଷ ହେବା ସହିତ ତଟକା  ପରିବା ବ୍ୟବହାର କରିବାର ନିୟମ ଥିବାବେଳେ ସେହି ପରିବା  ଆମ୍ବୁଲାନ୍ସ ଯୋଗେ ନେଇ ସବଡେଗା ହାଟ ରେ  ବିକ୍ରି କରୁଥିବା ଚର୍ଚ୍ଚା ହେଉଛି । ଆମ୍ବୁଲାନ୍ସ ଅନ୍ୟ କାମରେ ନିୟୋଜିତ ରହିବା ଫଳରେ ଗୁରୁତର ରୋଗୀ ବା ଗର୍ଭବତୀ ମହିଳାମାନେ ଠିକ୍ ସମୟରେ ଡାକ୍ତରଖାନା ପହଞ୍ଚି ପାରୁନାହାଁନ୍ତି | କତୃପକ୍ଷଙ୍କର  ଏଭଳୀ କାର୍ଯ୍ୟ ପାଇଁ ଅଞ୍ଚଳରେ ଅପ୍ରୀତିକର ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।
ତଦାରଖ ଅଭାବରୁ ଏଭଳି ବେଆଇନ କାର୍ଯ୍ୟ ଘଟୁଥିବା ବାରମ୍ବାର  ଅଭିଯୋଗ ହେଉଥିବା ଜଣାପଡିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଅତିଶିଘ୍ର ଦୃଷ୍ଟି ଦେବାକୁ ସାଧାରଣରେ  ଦାବି ହେଉଛି ।

Related Posts

About The Author

Add Comment