ସୁନ୍ଦରଗଡ ତା:୨୧/୭/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ରେ ପରିବା ଦର ଏବେ ଚିନ୍ତା ଘାରିଛି ଖାଉଟି ମନରେ । ଦରଦାମ କୁ ନେଇ ଖାଉଟି ବିଶେଷ ଚିନ୍ତାରେ ଥିବା ବେଳେ ମୁଣ୍ଡରେ ହାତ ଦେବାକୁ ପଡ଼ିଛି । ପାରିବା ଦାମ ବୁଝିବା ବେଳେ କେଜି ନୁହେଁ “ପା” କୁ ନେଇ ଦାମ ର ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ବିଗତ ଦିନରେ ଖାଉଟି ମାନଙ୍କ ୨୦୦ ଟଙ୍କାରେ ପରିବା ବ୍ୟାଗ୍ ପୂର୍ଣ୍ଣ ହେଉଥିବା ବେଳେ ଏବେ ୫୦୦ ରୋ ୭୦୦ ଟଙ୍କା ପରିବା ନେଲେ ମଧ୍ୟ ବ୍ୟାଗ୍ ଭର୍ତ୍ତି ହେଉ ନାହିଁ । ପନିପରିବା ଦର4ଦାମ ଆକାଶ ଛୁଆଁ ହୋଇଥିବା ଦେଖିବାକୁ ମିଳୁଛି । ବିଗତ ଦିନରେ ଲଗାତାର ଏକ ମାସ ଲଗାଣ ବର୍ଷା ସହିତ ଅଞ୍ଚଳ ବାଡ଼ି ବଗିଚାର ପରିବା ଶେଷ ହୋଇଆସୁଥିବା ବେଳେ ଦରଦାମ ବଢୁଥିବା ଅନୁମାନ କରାଯାଉଛି । ଏହି ପରିବା ଦାମ ବୃଦ୍ଧି ରେ ଆଗାମୀ ଦିନରେ ଖାଉଟିଙ୍କ ପାଇଁ କାଠିକର ହେବ ବୋଲି ଅନୁମାନ କାରାଜାଉଥିବା ଜଣାପଡିଛି । ସୂଚନା ଅନୁସାରେ ପୋଟଳ ଓ ବାଇଗଣ ୮୦ ଟଙ୍କା ଥିବାବେଳେ ଟମାଟର ୫୦ ରୁ ୬୦ ଟଙ୍କା, କାଙ୍କଡ ୩୨୦ ହୋଇଥିବା ବେଳେ ଜଂହୀ ୮୦ ଟଙ୍କା,କଲରା ୧୦୦ ଟଙ୍କା ବେଳେ ଝୁଡୁଙ୍ଗ ୧୨୦ ଟଙ୍କା। ଚାହିଦା ଠାରୁ କମ୍ ଜିନିଷ ରପ୍ତାନି ହେବା କାରଣରୁ ଦାମ ବଢିବାରେ ଲାଗିଛି ବୋଲି ଅନୁମାନ କରାଯାଉଛି ।
ପରିବା ଦର ଦାମ କୁ ନେଇ ଖାଉଟି କଲବଲ
|
July 21, 2025 |



