ପରିଣତ ବୟସରେ ପରିବେଶ ଚିନ୍ତା

Spread the love

ବାଲେଶ୍ୱର ଅଫିସ, ୧୦/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ପରିଣତ ବୟସରେ ଘାରିଛି ପରିବେଶ ଚିନ୍ତା । ଆଖପାଖ ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରି ପରପିଢ଼ିଙ୍କୁ ସୁସ୍ଥ ପରିବେଶ ପ୍ରଦାନ କରିବା ଲାଗି ସେ ପ୍ରତିଶ୍ରୁତିବଦ୍ଧ । କେବଳ ନିଜ ଅଞ୍ଚଳରେ ନୁହେଁ ବ୍ଲକର ବିଭିନ୍ନ ସ୍ଥାନରେ ଗଛ ଲଗାଇ ତାର ସୁରକ୍ଷା ଓ ଯନ୍ ନେବା ଲାଗି ସେ ବ୍ୟବସ୍ଥା କରୁଛନ୍ତି । ପରିବେଶ ଲାଗି ସମର୍ପିତ ଏଭଳି ଜଣେ ମଣିଷ ହେଉଛନ୍ତି ନିରଞ୍ଜନ ଜେନା। ବୟସ ୬୭ ଛୁଇଲାଣି। ଘର ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ପୁନ୍ଧାଳ ଗ୍ରାମରେ । ଆଖପାଖ ଅଞ୍ଚଳରେ ସେ ଟୁ ମ୍ୟାନ୍‌ ଭାବେ ବେଶ୍ ଜଣଶୁଣା। ସକାଳ ହେବା ମାତ୍ରେ ହାତରେ ପାଣି ଜଗ ଧରି ବାହାରି ପଡ଼ନ୍ତି। ନିରଞ୍ଜନ ଖାଲି ଜାଗାଟିଏ ଦେଖିଲେ  ସେ ଗଛଟିଏ ଲଗାଇ ଦିଅନ୍ତି। ପୂର୍ବରୁ ଲଗାଇଥିବା ଗଛଗୁଡ଼ିକରେ ପାଣି  ଦେବା ସହ ଯନ୍ନ ନିଅନ୍ତି । ନିରଞ୍ଜନ  ଲଗାଇଥିବା ୫୦୦ରୁ ଊଦ୍ଧ ଆମ୍ବ, ଜାମୁ, ବେଲ, ପିଜୁଳି, ତେନ୍ତୁଳି, ନଡ଼ିଆ ବର ଓ ଅଶଥ ଭଳି ବିଭିନ୍ନ ଗଛ ବଢ଼ି ଫଳ ପ୍ରଦାନ କରିଲାଣି। ଗାଁ ଲୋକଙ୍କଠାରୁ‌  ଆରମ୍ଭ କରି ରାସ୍ତାର ପଥିକମାନେ ଏହି ବଗିଚାରେ ବସି ଆଶ୍ୱସ୍ତ ହେଉଛନ୍ତି । ବିବାହର କିଛି ବର୍ଷ ପରେ ନିରଞ୍ଜନ । ଏହି ଗଛ ଲଗାଇବା ପ୍ରତି ଆଗ୍ରହ  ଦେଖାଇଥିଲେ । ସନ୍ତାନ ନ ହେବା ଦୁଃଖ ସେ ଭୁଲି ଗଛ ଲଗାଇଲେ । ନିଜର ପିଲାମାନଙ୍କ ଭଳି ଯନ୍ ନେଲେ । କିଛି ବର୍ଷ ପରେ ପଦ ପଡ଼ିଥିବା ଜମି ସୁନ୍ଦର ସବୁଜବଳୟରେ ପରିପୂର୍ଣ୍ଣ ହୋଇଗଲା। ନିରଞ୍ଜନଙ୍କ ହାତରେ ହାତ ମିଶାଇଛନ୍ତି ପନ୍ ମିନାକ୍ଷୀ । ନିରଞ୍ଜନ ପୂର୍ବରୁ ଫ୍ୟାଶନ୍ କରୁଥିଲେ । ପଢ଼ାଇଥିବା ଛାତ୍ରୀଛାତ୍ରମାନେ ଏବେ ସରକାରୀ ଓ ବେସରକାରୀ କର୍ମକ୍ଷେତ୍ରରେ ଉଚ୍ଚ ପଦବଦବୀରେ ରହିଛନ୍ତି । ସାରଙ୍କର ଏହି ଗଛ ଲଗା କାର୍ଯ୍ୟରେ ଅନୁପ୍ରାଣିତ ହେବା ସହ ପ୍ରଭାବିତ ହୋଇ ଗଠନ କରିଛନ୍ତି ‘ସବୁଜ ବାହିନୀ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ମାଧ୍ୟମରେ ଗତ ଅଗଷ୍ଟ ୨୩ ତାରିଖରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ନିରଞ୍ଜନଙ୍କର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନେ ତାଙ୍କଠାରୁ ପ୍ରେରଣା ନେବାକୁ ପରାମର୍ଶ ଦେଇଥିଲେ। ପତ୍ନୀ ମିନାକ୍ଷୀ ମଧ୍ୟ ସ୍ୱାମୀ ଗଛ ଲଗାଇବା ଓ ସେମାନଙ୍କର ଯନ ନେବାରେ ଆନନ୍ଦ ପାଉଥିବାରୁ ଘର କାମ ସାରି ତାଙ୍କୁ ସହଯୋଗ କରିଥାନ୍ତି । ଏ ସମ୍ପର୍କରେ ନିରଞ୍ଜନ କନ୍ତି, ୨୦୦୫ରୁ ସେ ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ଷର ମାଘ ଓ ଫାଲଗୁନ ମାସରେ ଗଛ ଲଗାଇବା ଆରମ୍ଭ କରିଥାନ୍ତି। ଅଧିକ ପାଣି ଆବଶ୍ୟକ ଥିବା ଗଛଗୁଡ଼ିକ ଜ୍ୟେଷ୍ଠ ମାସରେ ଲଗାଇଥାନ୍ତି। ଗାଁ ମଝିରେ ଥିବା ପଦା, ମଶାଣି, ନଦୀକୂଳ ଅଞ୍ଚଳରେ ଗଛଗୁଡ଼ିକ ଲଗାଇ ବଡ଼ କରିବାର ଦାୟିତ୍ବ ତୁଲାଇଥାନ୍ତି। ଲଗାଇଥିବା ଗଛରେ ଫଳ ଫଳିବା ସହ ଲୋକମାନେ ଏହା ଖାଇଲେଣି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହନ୍ତି, ମନୁଷ୍ୟ ସଂଖ୍ୟା ଅନୁପାତରେ ଗଛ ସଂଖ୍ୟା ପୃଥ୍ବୀରୁ କମିଯାଉଛି । କାଠ ମାଫିଆ ଓ ସରକାରୀ ଅଧିକାରୀଙ୍କ ଦାୟିତ୍ବହୀନତା କାରଣରୁ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ କାମ୍ପା ଯୋଜନାରେ ୬ହଜାର କୋଟି ଟଙ୍କା ବିନିମୟରେ ଜଙ୍ଗଲ ବିଭାଗ ତବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତା’ଛଡ଼ା ନିରଞ୍ଜନ ବାବୁଙ୍କ ଭଳି ପରିବେଶ ପ୍ରେମୀମାନଙ୍କ ପାଇଁ ସମାଜରେ ଆମେ ସୁରକ୍ଷିତ ରହିଛୁ ବୋଲି ପ୍ରକାଶ କରିଥିଲେ ।

Related Posts

About The Author

Add Comment