ପଥରରେ ଛେଚି ଛେଚି ଯୁବକଙ୍କୁ ନୃସଂଶ ହତ୍ୟା

Spread the love

କେନ୍ଦୁଝର /ଦୈତାରି, ୧୫/୧୨ (ସନ୍ଧାନ ନିୟୁଜ୍ ) ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରେବଣା ଗ୍ରାମରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ବରେଇଗୋଡା ଠାରୁ ଦୈତାରୀ ଯିବା ରାସ୍ତାର ରେବଣା ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ରେବଣା ଗ୍ରାମର ଡବର ମାଝି(୨୭) ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ଉକ୍ତ ଗ୍ରାମର ଜିତେନ୍ଦ୍ର ଦେହୁରୀଙ୍କୁ ଅଟକ ରଖିଥିବା ସହ ସମ୍ପୃକ୍ତ ସ୍କୁଟରକୁ ଜବତ କରିଛି । ଆଜି ସକାଳୁ ରାସ୍ତାରେ ଡବର ମାଝିଙ୍କ ଶବ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଛି ।//Report-Prasanta Samal

Related Posts

About The Author

Add Comment