ପଢନ୍ତୁ ଚିତ୍ତରଞ୍ଜନ ସିଂହଙ୍କ କବିତା କୋରନା

Spread the love
କୋରନା କୋରନା
ଚାରି ଆଡେ ହାଲ୍ଲା
ଚୀନ କଅଣ କଲା
ଚାଇନା ର ଶସ୍ତା ମାଲ୍ ପରିକା
ଶସ୍ତାରେ କୋରନା ଦେଲା
ବିଶ୍ୱ ଥରହର ହେଲା…
କିଏ କହେ ଖାଅ
ତୁଳସୀ ପତର
କିଏ କହେ କର ଯୋଗ
ତାହେଲେ ଜାଣିଥା
କୋରନା ଭୁତାଣୁ
ନ ମାଡ଼ିବ କେବେ ପାଖ…
ଦୁନିଆ ଯାକର
ଯେତେ ବୈଜ୍ଞାନିକ
ପାଉ ନାହାଁନ୍ତି ଔଷଧ
ହାଏରେ ଚାଇନା
କି ରୋଗ ଗଢ଼ିଚୁ
କେତେ ଆଉ ହେବେ ବଧ….
କାହାକୁ ନଶୁଣ
କାହାକୁ ନମାନ
ବୁଝ ଖାଲି ଗୋଟେ କଥା
ସଚେତନ ହେଲେ
ସାବଧାନ ଥିଲେ
ଟଳିବ କରୋନା ବ୍ୟଥା….
ଖାଇବା ଆଗରୁ
ଖାଇବା ପଅରେ
ବାରମ୍ବାର ଧୁଅ ହାତ
କାଶିବା ଛିଙ୍କିବା
ବେଳେ ରୁମାଲରେ
ଘୋଡାଅ ନିଜର ନାକ….
ଥଣ୍ଡା ଛିଙ୍କ କାଶ
ଜ୍ୱର ହୋଇଥିଲେ
ନିଶ୍ଵାସେ ଲାଗିଲେ କଷ୍ଟ
ଡାକ୍ତରଖାନାରେ
ଚିକିତ୍ସା କରାଅ
ସମୟ ନକରି ନଷ୍ଟ….

Related Posts

About The Author

Add Comment