ତୁମେ ନାଲିବତୀ ଗାଡ଼ି ଚଢୁଛ
କାଳିଆ ଯୋଜନା କରୁଛ
ଆମ ହାତ କାଟି ଆମ ହାତେ ଦେଇ
ଦାନୀ ହରିଶ୍ଚନ୍ଦ୍ର ସାଜୁଛ
ତୁମେ ନାଲିବତୀ ଗାଡ଼ି ଚଢୁଛ ।
ମାଷ୍ଟର ବାପୁଡା ଆନ୍ଦୋଳନ କଲେ
ଦରମା ତାଙ୍କର କାଟୁଛ
ୟୁଜିସି ବାଲାଙ୍କ ଦରମା ବଢେଇ
କେତେଯେ ବାହାବା ନଉଛ
ତୁମେ ନାଲିବତୀ ଗାଡ଼ି ଚଢୁଛ
ଝିଣ୍ଟିକା ମାରି ବଣି ପୋଷୁଛ
ତୁମେ ନାଲିବତୀ ଗାଡ଼ି ଚଢୁଛ ।
ଶ୍ରୀକ୍ଷେତ୍ର କାଳିଆ ଉପବାସ କଲା
ଦୁଷ୍କର୍ମେ ମଲା ବେବିନା
ଇତିଶ୍ରୀ ଘଟଣା ରଫା ଦଫା କରି
କୁନ୍ଦୁଲି କଥାରେ ହସୁଛ
ତୁମେ ନାଲିବତୀ ଗାଡ଼ି ଚଢୁଛ ।
ଜଳସେଚନର ବ୍ଯବସ୍ଥା ନ କରି
କୃଷକ ସମାଜ ମାରୁଛ
ମହାନଦୀ କଥା ପ୍ରସଙ୍ଗରେ ତୁମେ
କେନ୍ଦ୍ରକୁ ଦୋଷ ଲଦୁଛ
ତୁମେ ନାଲିବତୀ ଗାଡ଼ି ଚଢୁଛ ।
ତୁମ ଯୋଜନାରେ ବାଟମାରଣାର
ଗନ୍ଧ ମୁର୍ହୁର୍ମୁହୁ ବାସୁଛି
ଚିଟ୍ ଫଣ୍ଡ ଖାଇ ଶୋଇଛ ଘୁମାଇ
ଲୋକଙ୍କୁ ଅଜଣା ଭାବୁଛ
ତୁମେ ନାଲିବତୀ ଗାଡ଼ି ଚଢୁଛ ।
ଛତା ଜୋତା ସହ ମୋବାଈଲ ବାଣ୍ଟି
କେତେ ଭୋଟରଙ୍କୁ କିଣୁଛ
ଡ୍ରାମାବାଜି ତୁମ ସରିଯିବ ଭାଇ
ଦିନରେ ସପନ ଦେଖୁଛ
ତୁମେ ନାଲିବତୀ ଗାଡ଼ି ଚଢୁଛ
କାଳିଆ ଯୋଜନା କରୁଛ ।
written by Santosh