ନେସନାଲ କମିଶନ ଚଳିତ ବର୍ଷଠାରୁ ସୁନ୍ଦରଗଡ ମେଡିକାଲ କଲେଜକୁ ଅନୁମୋଦନ ଦେଲେ

Spread the love

ସୁନ୍ଦରଗଡ ତା:୨୦/୮/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ) ରାଜ୍ୟରେ ଦ୍ଵିତୀୟ ଏମ୍ସ ହେବା ନେଇ ଜିଲ୍ଲାରେ ଗତ କିଛିଦିନରୁ ଯୁବମଞ୍ଚ ତରଫରୁ ଆମରଣ ଅନଶନ ଆରମ୍ଭ ହୋଇଥିବା ବେଳେ
ଏହାକୁ ଜିଲ୍ଲାର ସମସ୍ତ ଦଳ ସମର୍ଥନ କରୁଛନ୍ତି । ଏହି ଅନଶନରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସହଯୋଗ ଦେଖିବାକୁ ମିଳିଛି । ଏହି ପରିପେଖିରେ ଗତକାଲି ଜିଲ୍ଲା ଯୁବମଞ୍ଚ ତରଫରୁ ୧୨ ଘଣ୍ଟିଆ ବନ୍ଧ ଡାକରା ସଫଳ ହୋଇଥିବା ସହିତ ଜିଲ୍ଲା ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ସମସ୍ତଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିବା ସହିତ ବିଷୟକୁ କେନ୍ଦ୍ରରେ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଥିଲେ । ଏହି ସବୁକୁ କେନ୍ଦ୍ରକରି କେନ୍ଦ୍ର ସରକାର ଚଳିତ ବର୍ଷ ୨୦୨୨/୨୦୨୩ ଶିକ୍ଷା ବର୍ଷ ଠାରୁ ପାଠପଢ଼ା ପାଇଁ ନ୍ୟାସନାଲ କମିଶନ ଅନୁମୋଦନ ଦେଇଥିବା ସୁଚନା ଆସୁଛି ।

Related Posts

About The Author

Add Comment