ଯାଜପୁର : ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତର ଶେଷଦେବ ବାସନ୍ତୀ ହାଇସ୍କୁଲ ପରିସରରେ ନେତାଜୀ ସୁଭାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ ହୋଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଧିରେଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷାବିତ ସୁରେନ୍ଦ୍ର କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ମହାପୁରୁଷଙ୍କ ଜିବନୀ ଉପରେ ଆଲୋଚନା କରିଥିଲେ । ଉଭୟଙ୍କ ଆଦର୍ଶ କୁ ଆଜିର ଯୁବ ସମାଜ ଅନୁସରଣ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ପ୍ରଥମେ ମହାପୁରୁଷ ମାନଙ୍କ ପଂଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ କୋଭିଡ ଗାଇଡ ଲାଇନ ଅନୁଯାୟୀ ସ୍ମତିଚାରଣ କରିଥିଲେ । ଶିକ୍ଷୟତ୍ରୀ ଗୀତାରାଣୀ ପଣ୍ଡା ସଂଗୀତ ଗାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଶିକ୍ଷକ ଅବିନାଶ ତରାଇ,ମୀର ମୁରର୍ସିଦ ଅଲ୍ଲି,ସୁଚିସ୍ମିତା ପାଣିଗ୍ରାହୀ,ରତିକାନ୍ତ ରାୟ ଏବଂ ରବିନ୍ଦ୍ର ବିହାରୀ ସହଯୋଗ କରିଥିଲେ ।



