ବାରିପଦା ୨୦/୦୮/୨୦୨୦ (ସନ୍ଧାନ ନିଉଜ) ରାଜ୍ୟ ଯୁବ କଂଗ୍ରେସ ତା ହାତ ମୁଠାକୁ ଆହୁରି ସୁଦୃଢ କରିବା ପାଇଁ ଅଳ୍ପ କିଛି ଦିନ ତଳେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇଥିବା ଡଃ. ସ୍ମୃତି ରଞ୍ଜନ ଲେଙ୍କା ପୁଣି ଥରେ ୧୧ ଜଣ ନୂତନ ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତି କରିଛନ୍ତିି । ଗତ ତା ୧୯/୦୮/୨୦୨୦ ରିଖ ବୁଧବାର ଦିନ ରାଜ୍ୟ ଯୁବ କଂଗ୍ରେସ ଦ୍ୱାରା ପ୍ରକାଶ ପାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ମିଳିଥିବା ସୂଚନା ଅନୁଯାଇ ଓଡିଶାର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜ ପାଇଁ ସର୍ବଦା ଲଢେଇ କରୁଥିବା, ସେ ମେଡିକାଲ କଲେଜ ହେଉ କି ଶିକ୍ଷା କ୍ଷେତ୍ରରେ ହେଉ, ରକ୍ତଦାନ ହେଉ କି ମଦ ବିରୋଧି ଅଭିଯାନ ହେଉ, ସବୁ କ୍ଷେତ୍ରରେ ଜିଲ୍ଲାର ଉନ୍ନତି ପାଇଁ ଲଢୁଥିବା ଜିଲ୍ଲାର ଅନ୍ୟତମ ଟାଣୁଆ ଯୁବ ନେତା ଅଂଶୁମାନ ଦାସଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ତାଙ୍କର ଏହି ନୂତନ ଦାୟିତ୍ୱ ପାଇବା ପରେ ସେ ସର୍ବ ପ୍ରଥମେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ କୁମାର ରଥ, ପି.ସି.ସି. ମେମ୍ବର କବୀରେ ଦାସ, ପୂର୍ବତନ ଜିଲ୍ଲା ଯୁବ ସଭାପତି ନିରଜ ଲୋଚନ ଦାଶ, ପୂର୍ବତନ ଜିଲ୍ଲା ଯୁବ ସଭାପତି ତଥା ଜନତାଙ୍କ ନେତା ପ୍ରଣସ କର ମହାପାତ୍ର, ଜିଲ୍ଲା ମଜଦୁର କଂଗ୍ରେସ ସଭାପତି ଭୁବନ କୁମାର ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ସସ୍ମିତା ଘୋସାଲ, ବଡଭାଇ ତଥା ମାର୍ଗଦର୍ଶକ ଜ୍ୟୋତିପ୍ରକାଶ ରଥ, ପୁରୁଖା କଂଗ୍ରେସ ନେତା ପ୍ରଦୀପ ମିଶ୍ର, ବିଜୟ ସିଂ, ଓ ଉତମ ବେହେରା, ବଡସାହି ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ପ୍ରକାଶ କର ମହାପାତ୍ରଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ଦିଆଯାଇଥିବା ଗୁରୁ ଦାୟିତ୍ୱକୁ ସୁ•ରୁ ରୂପେ ତୁଲାଇବେ ବୋଲି ମତବ୍ୟକ୍ତି କରିଛନ୍ତି । ଜିଲ୍ଲାର ଏହି ଆଗ ଧାଡିର ଯୁବ ନେତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲା କ’ଣ ଅନୁକଣରେ ଯୁବକ ମାନଙ୍କ ଭିତରେ ଉସôାହ ଦେଖାଯାଇଥିବା ବେଳେ ଆଜି ତା ୨୦/୦୮/୨୦୨୦ରିଖ ଦିନ ଆଧୁନିକ ଭାରତର ନିର୍ମାଣ, ତଥା ଭାରତରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତରନô ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀରେ ନୂତନ ଭାବେ ନିଯୁକ୍ତି ଗାଇଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଂଶୁମାନ ଦାସଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବାରିପଦା ନିର୍ବାଚନ ମଣ୍ଡଳୀର ବେତନା ପଂଚାୟତର ଦାମଦରପୁର ଠାରେ କରଯାଇଅଛି । ଏହି କାର୍ଯ୍ୟକ୍ରମରେ ଆଶିଷ କୁମାର ବାରିକ, ଅର୍ଜିତ ମିଶ୍ର, ଛାଟିଆ ସିଂ, ଅଭିଷେକ ଜାଦବ, ପ୍ରେମ ପ୍ରଧାନ, ଶୁକଦେବ ଗିରି ଓ ରଞ୍ଜିତ କୁମାର ଦାସ ଏବଂ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।
ନୂତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିଯୁକ୍ତି ଏବଂ ସଦ୍ଭାବନା ଦୀବସ ପାଳନ ଉପଲ୍ଲକ୍ଷେ ବୃକ୍ଷ ରୋପଣ