ନୂତନ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ସୀମାନ୍ତ ମୋଟୁ ଅଚଂଳ ଗସ୍ତ, ଚେକପୋଷ୍ଟ ଓ ହସପିଟାଲ ପରିଦର୍ଶନ

Spread the love

ମାଲକାନଗିରି, ୦୧/୦୭/୨୦୨୧ (ସନ୍ଧାନ ନିଉଜ) : ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ବିଶାଲ ସିଂ ଦାଇତ୍ୱ ଗ୍ରହଣ କଲାପରେ ଆଜି ସୀମାନ୍ତ ମୋଟୁ ଅଚଂଳକୁ ପ୍ରଥମ ଥରକରି ଗସ୍ତ କରିଛନ୍ତି । ଆନ୍ଦ୍ର,ତେଲାଙ୍ଗାନା,ଛତିଶଗଡ ରାଜ୍ୟ ସୀମାନ୍ତ ପ୍ରବେଶ ଦ୍ୱାର ମୋଟୁ ଚେକପୋଷ୍ଟ ପରିଦର୍ଶନ କରି ସେଠାରେ ନିୟୋଜିତ ଅଧିକାରୀ ମାନଙ୍କ ସହିତ ସୀମାନ୍ତରେ କୋଭିଡ କଟକଣା,ଫେରନ୍ତା ପ୍ରବାସୀ ଶ୍ରମିକ ଓ ଅନ୍ୟାନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।ପରେ ସୀମାନ୍ତ ମୋଟୁ ଠାରେ ଗୋପବନ୍ଧୁ ଉନ୍ନୟନ ସମିତି ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହ ପରିଦର୍ଶନକରି ସେଠାରେ ଥିବା ରୋଗି ଓ ଗର୍ଭବତୀ ମହିଳାଙ୍କ ଚିକିତ୍ସା ବ୍ୟବସ୍ଥା କେମିତି ଚାଲିଛି ସେ ସଂପର୍କରେ ରୋଗି ଓ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ହସପିଟାଲ ପରିବେଶ ,ଷ୍ଟାପକ୍ୱାଟର୍ସ ନିର୍ମାଣ କରାଯିବା ସହିତ ହସପିଟାଲ ପରସିର ବୃଦ୍ଧିକରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।ତିନୋଟି ରାଜ୍ୟର ସୀମାନ୍ତ ମୁଗିପଏଟଂ ସେବାରୀ,ସିଲେରୁ,ଚିନାଗୋଦାବରି ତ୍ରୀନଦୀସ୍ଥଳରେ ଥିବା ମଧୂସୁଦନ ପାର୍କ ପରିଦର୍ଶନ କରି ସେଠାରେ ଉନ୍ନତିକରଣ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଶ୍ରି ସିଂ ଙ୍କ ସହ ଏସପି ରିଶିକେଶ ଡି ଖିଲାରୀ,ମୋଟୁ ତହସଲିଦାର ଶଶାଙ୍କ ଶେଖର ମିଶ୍ର,କାଲିମେଳା ବିଡିଓ,ମୋଟୁ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଙ୍କ ସହିତ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment