ନୂଆ ଟ୍ରାଫିକ ନିୟମ ପ୍ରଚଳନର ପ୍ରଭାବ; ବାରବାଟୀ ପରିବା ବଜାରରେ ପରିବହନ ଠପ

Spread the love

ଯାଜପୁର, ୧୦/୯ (ସନ୍ଧାନ ନିୟୁଜ) ଏସିଆ ମହାଦେଶର ସର୍ବବୃହତ ଏବଂ ସାରା ରାଜ୍ୟକୁ ପନିପରିବା ଯୋଗାଉଥିବା ଯାଜପୁର ଜିଲ୍ଲାର ବାରବାଟୀ ପରିବାବଜାରରେ ନୂଆ ଟ୍ରାଫିକ ନିୟମ ପ୍ରଚଳନ ଫଳରେ ପରିବହନ ବ୍ୟବସ୍ଥା ଠପ ହୋଇପଡିଛି । ଏହି ବଜାରଟି ଜାତୀୟ ରାଜପଥ କଡରେ ଅବସ୍ଥିତ ହେତୁ ଏଠାରୁ ବିଭିନ୍ନ ରାଜ୍ୟ ଏବଂ ରାଜ୍ୟର ଅନ୍ୟାନ ଜିଲ୍ଲା ମାନଙ୍କୁ ପରିବା ରପ୍ତାନୀ କରାଯାଇଥାଏ । ରାଜପଥ ଉପରେ ବିଭିନ୍ନ ୪ଚକିଆ ଏବଂ ୬ଚିକଆ ଗାଡି ଗୁଡିକ ଛିଡା କରି ପରିବା ବୋଝେଇ କରି ନିଜର ଗନ୍ତବ୍ୟ ପଥରେ ଯାଇଥାନ୍ତି । ପୁଣି ଏହି ପରିବହନ କରୁଥିବା ଗାଡି ଗୁଡିକ ମୁଖ୍ୟତ ପୁରୁଣା ହୋଇଥିବାରୁ ପନିପରିବ ପରିବହନ କରି ନିଜର ଗୁଜୁରାଣ ମେଂଟାଇଥାନ୍ତି । ପ୍ରତିଦିନ ଭୋର ସମୟରୁ ଆଖପାଖ ଅଂଚଳର ଚାଷୀ ମାନେ ନିଜର ପନିପରିବା ଧରି ଏଠାରେ ବିକି୍ର କରିଥାନ୍ତି । ପୁଣି ଏଠାରୁ ଅନ୍ୟାନ ବ୍ୟବସ୍ଥାୟୀ ,ବଡ ବଡ ବ୍ୟବସ୍ଥାୟୀ ମାନେ ପରିବା ଅନ୍ୟତ୍ର ନେଇ ବ୍ୟବସ୍ଥାୟ କରିଥାନ୍ତି । ଏହି କ୍ଷୁଦ୍ର ଚାଷୀ ମାନେ ଏବଂ ପୁରୁଣାଗାଡିର ମାଲିକ ମାନେ ନିଜର ସ୍ୱଳ୍ପ ରୋଜଗାର ହେତୁ ଗାଡିର ବୀମା କରପାରିନଥାନ୍ତି । ଏବେ ରାଜ୍ୟ ସରକାର କେନ୍ଦ୍ରୀୟ ସଡକ ପରିବହନ ନିୟମକୁ ସାରା ରାଜ୍ୟରେ ଲାଗୁକରିବା ସହିତ ବୀନା, ଉନୁସୁରାନ୍ସ, ପଦୃଷଣ ପ୍ରମାଣପତ୍ର ଆଦି ତନଖି କଢ଼ାକଢ଼ି କରିବା ସହିତ ରାଜପଥ ଉପରେ ବେଆଇନ ପାର୍କିର୍ ପାଇଁ ମଧ୍ୟ ମୋଟା ଅଙ୍କର ଫାଇନ ଟଙ୍କା ଆଦାୟ କରିବାରୁ ଏଠାରେ ପରିବହନରେ ନିୟୋଜିତ ଗାଡି ଗୁଡିକ ଆଉ ଆସୁନାହାନ୍ତି । ଏପରକି ପରିବା ବୋଝେଇ କରି ଆଣୁଥିବା କ୍ଷୁଦ୍ର ଚାଷୀ ମାନେ ମଧ୍ୟ ଆଉ ପରିବା ଆଣି ବିକ୍ରି କରୁନଥିବା ଦେଖାଯାଇଛି । ଯାହାଫଳରେ ଏହାର ପ୍ରଭାବ ପୁରାଚାଷୀ ମାନଙ୍କ ଉପରେ ପଡିବା ପରେ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି । ଏଠାରୁ କଟକ, ପାରାଦୀପ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା,ଡେଙ୍କାନାଳ ଆଦି ଜିଲ୍ଲା ସହିତ ପୋଡଶୀ ରାଜ୍ୟ କଲିକତାକୁ ମଧ୍ୟ ପରିବା ରପ୍ତାନୀ କରାଯାଇଥାଏ । ମାତ୍ର ନୂତନ ଟ୍ରାଫିକ ନିୟମ ପ୍ରଣୟନ ଫଳରେ ପରିବା ବ୍ୟବସ୍ଥାୟ ଏକ ପ୍ରକାରର ଠପ ହୋଇପଡିଛି । ଏହି ୫ଦିନ ମଧ୍ୟରେ ଏଠାରୁ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ କାରାବରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବା ପରିବା ବ୍ୟବସ୍ଥାୟୀ ମାନେ ପ୍ରକାଶ କରିଛନ୍ତି । ରାଜ୍ୟସରକାରୀ ଏଠାରେ ଏକ ଉତ୍ତମ ପରିବା ବଜାର ନିର୍ମାଣ କରିବା ସହିତ ଗାର୍ଡିପାର୍କିର ବ୍ୟବସ୍ଥା କରିବା ସହିତ ଟ୍ରାଫିକ ବ୍ୟବସ୍ଥା କୋହଳ କରିବାକୁ ଚାଷୀ ମାନେ ଦାବି କରିଛନ୍ତି ।

Report Narayan Rath

Related Posts

About The Author

Add Comment