ନୁଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ

Spread the love
ବାଲିଗୁଡା,  ୧୦/୨ /୨୬  (ସନ୍ଧାନ ନ୍ୟୁଜ ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ ଜି ବି ଭି)ର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରେଣୁକାବତୀ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୁଜିତ କୁମାର ପାତ୍ର, ଜଳନ୍ଧର ପାତ୍ର, ମାନସ ରଞ୍ଜନ ଆମାୟତ ମୃତ୍ୟୁଞ୍ଜୟ ପ୍ରଧାନୀ, ସି ଆର ସି ଗାୟତ୍ରୀ ପାଳ ପ୍ରମୁଖ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ଶିକ୍ଷା ମାଧ୍ୟମରେ ଜଣେ ଉତ୍ତମ ବ୍ୟକ୍ତିତ୍ଵ ହାସଲ କରିପାରିବ, ଶିକ୍ଷା ହେଉଛି ଏକ ମାଇଲ ଖୁଣ୍ଟ, ଏହାକୁ ହାସଲ କରିବାକୁ ହେଲେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜିଜ୍ଞାସା ରହିବା ଆବଶ୍ୟକ ବୋଲି କହିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ  ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷକ ଦୟାନିଧି ମହାରଣା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। ପରେ ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ସମସ୍ତ କାର୍ଯ୍ୟରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟୀ ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Related Posts

About The Author

Add Comment