ନିଷ୍ଠୁର କରୋନା ଛଡ଼େଇ ନେଲା ସ୍ଵାମୀଙ୍କ ଜୀବନ :ଯମ ପାଖରୁ ଫେରେଇ ଆଣିପାରିଲେନି ସାବିତ୍ରୀ : ପୂଜା ସାରି ଫେରିବା ବେଳକୁ ସ୍ୱାମୀଙ୍କ ମୃତ୍ୟୁ

Spread the love

ଆଠଗଡ଼/ ୧୦/୦୬/ସନ୍ଧାନ ନିଉଜ୍)ସାବିତ୍ରୀ ପୂଜା ସାରି ଫେରିବା ବେଳକୁ ସ୍ୱାମୀଙ୍କ ମୃତ୍ୟୁ। ସାବିତ୍ରୀ ବ୍ରତ ଅବସରରେ ସ୍ୱାମୀଙ୍କ ଆଶୁ ଆରୋଗ୍ୟ ସହ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାପାଠ ସାରି ଘରକୁ ଫେରିବା ବେଳକୁ ପାଇଲେ ସ୍ୱାମୀଙ୍କ ମୃତ୍ୟୁ ଖବର। ଏଭଳି ଏକ ଦୁଃଖଦ ତଥା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ରାଜଗନର ଗାଁରେ।ସୂଚନା ମୁତାବକ, ଆଠଗଡ଼ ବ୍ଲକ୍ ରାଜଗନର ଗାଁର ମାୟାଧର ପ୍ରଧାନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କୋଭିଡ୍ ଟେଷ୍ଟ୍ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମାଧପୁର ସ୍ଥିତ ଜିମ୍ସାର କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଉଥିଲା। କିନ୍ତୁ ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ତାଙ୍କୁ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।ଆଜି ସକାଳେ ମେଡିକାଲ୍ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ମାୟାଧରଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଇଥିଲେ। ସାବିତ୍ରୀ ବ୍ରତ ଦିନ ସ୍ୱାମୀଙ୍କ ମୃତ୍ୟୁରେ ପତ୍ନୀ ବିଳାସିନୀ ପ୍ରଧାନ ଓ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

Related Posts

About The Author

Add Comment