ନିର୍ଦୋଷ ଆଦିବାସୀ ଯୁବକଙ୍କୁ ପୁଲସର ମାଡ଼ :ନ୍ୟାୟ ନମିଳିଲେ କୋର୍ଟକୁ ଯିବି

Spread the love

ରାଇରଙ୍ଗପୁର, ୧୩/୧୦/୨୦(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା);- ସରକାରଙ୍କ ୫ଟି ଓ ମୋ ସରକାର ଆଇନ ଲାଗୁ ହୋଇଛି। ହେଲେ ସରକାରୀ କର୍ମଚାରୀମାନେ ତାକୁ ମାନୁନାହାନ୍ତି। ନିଜ କ୍ଷମତାର ଅପପ୍ରୟୋଗ କରୁଛନ୍ତି। ସେହିପରି ସମ୍ବେଦନଶୀଳ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନାରେ ଏଠାରେ ଥାନାଧିକାରୀ ଓ କିଛି କର୍ମଚାରୀ ଜଣେ ନିର୍ବୋଷ ବ୍ୟକ୍ତିଙ୍କୁ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯଶିପୁର ଥାନା ଅଧୀନ ରୁଗୁଡ଼ି ପଞ୍ଚାୟତ ଜାଉଁରୀପୋଷି ଗ୍ରାମରେ ଫୁଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଗତ ୨ ତାରିଖ ଦିନ ଚାଲିଥିଲା । ଏଠାରେ ପ୍ରାୟ ୫ ହଜାର ଲୋକଙ୍କ ଗହଳି ହୋଇଥିଲା। ଅନ୍ୟପଟେ ଜୁଆଖେଳ ଓ କୁକୁଡ଼ା ଲଢେଇ ମଧ୍ୟ ହେଉଥିଲା । ଏତିକିବେଳେ ଯଶିପୁର ଥାନାଧିକାରୀ ରଞ୍ଜନ କୁମାର ସେଠୀଙ୍କ ସହ କିଛି ସାହା ପୋଷାକଧାରୀ ପୁଲିସ କର୍ମଚାରୀ ଜୁଆଖେଳ ସ୍ଥାନରେ ଚଢ଼ାଉ କରିଥିଲେ। ଫଳରେ ଖେଳ କରୁଥିବା ଲୋକଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ପୁଲିସ ସାହା ପୋଷାକରେ ଥିବାରୁ ଲୋକେ ଜାଣି ନପାରି ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏହି ଘଟଣାରେ କି ପୁଲିସ ୧୨ ଜଣଙ୍କୁ କୋର୍ଟ ଚାଲାଣ ବୁ କରିଥିବା ବେଳେ ୪ ତାରିଖ ଦିନ ଗ୍ରାମର ଜଗଦୀଶ ହେମ୍ବମଙ୍କୁ ମଧ୍ୟ ଗିରଫ କରିଥିଲା। ଉକ୍ତ ଦିନ ସେ ତାଳଚେରରୁ ଘରକୁ ଫେରିଥିବା ବେଳେ ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ପୁଲିସ ଆସି ଥାନାକୁ ଉଠାଇନେଇଥିଲା। ସେଠାରେ ଥାନାଧିକାରୀ ଶ୍ରୀ ସେଠୀଙ୍କ ସହ କିଛି କର୍ମଚାରୀ ତାଙ୍କୁ ଆଖିବୁଜା ମାଡ଼ ମାରିଥିଲେ । ଫଳରେ ଜଗଦୀଶଙ୍କ ହାତ, ପିଠି ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା। ତେବେ ପରଦିନ ଜଗଦୀଶ ନିନ୍ଦୋଷ ବୋଲି ଜାଣିବା ପରେ ପୁଲିସ କାହାକୁ ନ କହିବା ପାଇଁ ଧମକ ଦେବା ସହ ତାଙ୍କୁ ଛାଡ଼ି ଦେଇଥିଲା। ଏଠାରେ ସୂଚନା ଥାଉ କି ଜଗଦୀଶ କରଞ୍ଜିଆ ଡାକ୍ତରଖାନାରେ ଭତ ହୋଇଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ହସ୍‌ପିଟାଲ୍‌ରେ ଚିକିତ୍ସା ହେବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ବିନା ଦୋଷରେ ପୁଲିସ ଜଗଦୀଶଙ୍କୁ ଶରୀରିକ ଓ ମାନସିକ ନିର୍ଯାତନା ଦେଇଥିବାରୁ ସେ ଆଜି ସେ କରଞ୍ଜିଆ ଉପଖଣ୍ଡ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ନ୍ୟାୟ ନ ମିଳିଲେ ଜଗଦୀଶ କୋର୍ଟର ଦ୍ବାରସ୍ଥ ହେବେ ବୋଲି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ଥାନାଧିକାରୀ ଶ୍ରୀ ସେଠୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ଘଟଣା ଦିନ ବହୁ ଲୋକଙ୍କ ଉପସ୍ଥିତ ଥିଲା। ତେଣୁ ସେମାନଙ୍କୁ ପଚରାଉଚରା ପାଇଁ ଅଣାଯାଇଥିଲା। ସେହିପରି ଜଦୀଶଙ୍କୁ ମଧ୍ୟ ଥାନାରେ ଜେରା କରାଯାଇଥିଲା । ସେ ନିନ୍ଦୋଷ ବୋଲି ଜାଣିବାରୁ ଷ୍ଟେସନ୍ ଡାଏରୀ ଆଧାରରେ ଓ ଅକ୍ଷତ ପ୍ରମାଣପତ୍ର ନେଇ ଛଡ଼ାଯାଇଥିବା କହିଛନ୍ତି।

Related Posts

About The Author

Add Comment