ନିଆଁ ଲାଗି ୨ ଶିଶୁ ଜୀବନ ଗଲା

Spread the love

ରାୟଗଡ଼ା, 05.02.2021 (ସନ୍ଧାନ ନିଉଜ୍ ):-  ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳ ଗଦାରେ ନିଆଁ ଲାଗି ଦୁଇ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦୁଇ ଜଣ ଶିଶୁ ହେଲେ ୫ ବର୍ଷର କୁମାରୀ ମାଝୀ ଏବଂ ୩ ବର୍ଷର ବିଦ୍ୟା ମାଝୀ। ୨ ଶିଶୁଙ୍କ ମୃତ୍ୟୁ ପରେ ପରିବାରରେ କାନ୍ଦ ବୋବାଳି ଲାଗି ରହିଛି।  ମିଳିଥିବା ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦୁ​‌​‌ର୍ଯ୍ୟାଧନ ମାଝୀଙ୍କ ଦୁଇ ଝିଅ ପରିବା କ୍ଷେତରେ ଥିବା ପାଳଗଦା ନିକଟରେ ବସିଥିଲେ। ହେଲେ ସେହି ସମୟରେ ହଠାତ୍ ପାଳଗଦାରେ ନିଆଁ ଲାଗି ଯାଇଥିଲା। ଏହି ନିଆଁରେ ୨ ଶିଶୁ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଶିଶୁ ପୋଡିହୋଇ ପ୍ରାଣ ହରାଇଥିଲେ।  କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Related Posts

About The Author

Add Comment