ନିଆଁ ଲାଗି ପରିବାରର ୫ ସଦସ୍ୟ ଗୁରୁତର

Spread the love

ସୋର, 01.12.2020 (ଲିଙ୍ଗରାଜ ପଣ୍ଡା): ସୋର ଥାନା କୁଡ଼େଇ ଗ୍ରାମରେ ସୋମବାର ସଂଧ୍ୟାରେ ୧ ଏକ ଅଭାବନୀୟ ଘଟଣା ଘଟିଛି। ୧ ରୋଷେଇ ସମୟରେ ଗ୍ୟାସ ଲିକ୍ ହୋଇ ଘରେ ନିଆଁ ଲାଗିଯିବା ସହିତ ଗୋଟିଏ ତ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ  ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଡ଼େଇ ମୁଁ ଗ୍ରାମର ଉମାକାନ୍ତ ଦଳେଇ (୫୨)ଙ୍କ ଏ ପତ୍ନୀ ସଂଯୁକ୍ତା(୪୫) ଆଜି ସଂଧ୍ୟାରେ ମୁଁ ଗ୍ୟାସଚୁଲାରେ ରୋଷେଇ କରିବାକୁ  ଯାଉଥିଲେ  ଗ୍ୟାସ୍ ଟାଙ୍କି ଖୋଲି ସାରିବା ବି ପରେ ଟାଙ୍କିର ରେଗୁଲେଟରଟି ଭାଙ୍ଗି ଯାଇଥିଲା। ଫଳରେ ଗ୍ୟାସ୍ ଲିକ୍ ହୋଇ ସଂଯୁକ୍ତା ଏବଂ ଘରେ ନିଆଁ ଲାଗିଯାଇଥିଲା। ଚାଳଘର ହୋଇଥିବାରୁ ନିଆଁ ସାଙ୍ଗେ ସାଙ୍ଗେ ଖେଳିଯାଇଥିଲା। ସଂଯୁକ୍ତାଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବା ପାଇଁ  ସ୍ଵାମୀ ଉମାକାନ୍ତ  ଭିତରକୁ ଯାଇଥିଲେ। ଏହି ସମୟରେ ଉମ।କ।ନ୍ତିଙ୍କ ପ୍ରହ୍ଲାଦ  ଏବଂ ପୁଅ ସନ୍ତୋଷ ଏବଂ ବୋହୁ ମିନତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିବା ବେଳେ ସମସ୍ତେ ଗୁରୁତର ଆହତ  ହୋଇଥିଲେ । ଅଗ୍ନିକାଣ୍ଡରେ ୩ ବଖରା ଜଳିଯାଇଥିବା ଦେଖାଯାଇଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସଂଯୁକ୍ତା ଏବଂ ତାଙ୍କ ସ୍ବାମୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦୁହିଁ ଙ୍କୁ କଟକ ବଡ଼ଡାକ୍ତରଖାନାର ସ୍ୱତନ୍ତ୍ର  ବର୍ଣସ୍ଥ।ନ।ନ୍ତ ର କରାଯ। ଇଛି। ଅନ୍ୟ ୩ ଜଣ। ସରୋ ରେ ଅଛନ୍ତି ଅଗ୍ନିଶମ ବ।ହିନ ଏବଂ ପୁଲିସ ଘଟଣାସ୍ଥରେ – ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ  ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 

 

Related Posts

About The Author

Add Comment