ନାରୀର ସ୍ୱାଭିମାନ ଓ ସମ୍ମାନ ମାନବ ଜାତିକୁ ସମୃଦ୍ଧି କରେ: କବି ଚନ୍ଦ୍ରକଳା

Spread the love

ଯାଜପୁର, ୧୦/୩/୨୬ (ସନ୍ଧାନ ନ୍ୟୁଜ )  ନାରୀଟିଏ ଅନ୍ୟାୟରେ ଯନ୍ତ୍ରଣା ପାଇ ନିଗାଡି ଦେଉଥିବା ବୁନ୍ଦାଏ ଲୁହ କେବେ ବି ନିରର୍ଥକ ହୁଏ ନାହିଁ । । ନାରୀକୁ ସମ୍ମାନ ପ୍ରଦାନ ମାନବିକତାର ସଂକେତ ।ନାରୀର ସ୍ୱାଭିମାନ ଓ ସମ୍ମାନ ହିଁ ମାନବ ଜାତିକୁ ଶାନ୍ତି, ସମୃଦ୍ଧି ପ୍ରଦାନ କରେବୋଲି ବିଶିଷ୍ଟ କବି ତଥା ଲେଖିକା ଡ. ଚନ୍ଦ୍ରକଳା ନାୟକ ମତ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳଠାରେ ଉଦୀୟମାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚନ୍ଦ୍ରକଳା ନାୟକ କହିଥିଲେ ଯେ, ମହାନ ଭାରତୀୟ ସଂସ୍କୃତି ଏବଂ ଆମର ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତି ସମଗ୍ର ମାନବ ଜାତିକୁ ଦିଗଦର୍ଶନ ଦେଇ ଆସିଛି । ଏହି ସଂସ୍କୃତି ନାରୀର ମର୍ଯ୍ୟାଦାକୁ ସର୍ବାଧିକ ଗୁରୁତ୍ୱ ଦେଇଛି । ବ୍ୟକ୍ତି, ପରିବାର ଓ ସମାଜ ଗଠନରେ ନାରୀର ସେବା, ତ୍ୟାଗ ଅତୁଳନୀୟ । ଏହି ଅନୁଷ୍ଠାନ ତରଫରୁ ଦୀର୍ଘ ଦୁଇମାସ ଧରି ମାଗଣା ସିଲାଇ ପ୍ରଶିକ୍ଷିଣ ଶିବିର କରାଯାଇ ୭୪ ଜଣଙ୍କୁ ରୋଜଗାରକ୍ଷମ କରାଯାଇଛି । ସେହି ପ୍ରଶିକ୍ଷିକା ମାନଙ୍କୁ ମହିଳା ଦିବସରେ ସମ୍ବର୍ଦ୍ଧିତ କରାଯାଇଛି । ଗ୍ରାମାଂଚଳରେ ଉଦୀୟମାନ ସ୍ୱେଚ୍ଛାସେବୀ ପରି ଅନୁଷ୍ଠାନ ମାନେ ନାରୀ ପ୍ରଗତି କ୍ଷେତ୍ରରେ କରିଥିବା ଏଭଳି କାର୍ଯ୍ୟ ଉଲ୍ଲେଖନୀୟ ଓ ଦୃଷ୍ଟାନ୍ତଯୋଗ୍ୟ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ରଶ୍ମିତା ନାୟକ ଯୋଗଦେଇ ନାରୀର ମହାନତା ନେଇ ପୁରାଣ ଶାସ୍ତ୍ରରେ ଉଲ୍ଲେଖ ବିଭିନ୍ନ ଦୃଷ୍ଟାନ୍ତକୁ ପ୍ରକାଶ କରିଥିଲେ । ବିଶିଷ୍ଟ ପାଲା ଗାୟକ ରଜନୀକାନ୍ତ ପୃଷ୍ଟିଙ୍କ ସଭାରପତିତ୍ୱରେ ଅନୁଷ୍ଠିତ ସଭାକୁ ରଶ୍ମିତା ସେଠୀ, ସୁଜାତା ସାମଲ, ହରପ୍ରୀୟା ମହାନ୍ତି, ରଜନୀଗନ୍ଧା ନାୟକ ପରିଚାଳନା କରିଥିଲେ । ଏଥିରେ ନାରୀ ଶାଖାର ସଂପାଦିକା ଅରୁଣୀନନ୍ଦ ବାର୍ଷିକ ବିବରଣୀ ପାଠ, ଉପସଭାପତି ପ୍ରକାଶ ନାୟକ ଅତିଥି ପରିଚୟ, ସଂପାଦକ କାର୍ତିକ ଚନ୍ଦ୍ର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । କବୟତ୍ରୀ ଲବଙ୍ଗଲତା ପରିଡା, କାର୍ଯ୍ୟକାରୀ ସଭାପତି ଗାୟତ୍ରୀ ରାଉତ, ଉପସଭାପତି ବିନୋଦିନୀ ଦାସ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟ ଅତିଥି ଚନ୍ଦ୍ରକଳା ବହୁ ପ୍ରତିଭାଙ୍କୁ ଉତରୀ, ଉପଢୌକନ, ମାନପତ୍ର, ବୃକ୍ଷ ଚାରା ପ୍ରଦାନ କରାଯାଇ ସମ୍ମାନୀତ କରାଯାଇ ଥିଲା ।

Related Posts

About The Author

Add Comment