ବିହାର, ୨୧/୧୨ (ସନ୍ଧାନ ନିୟୁଜ)-ବିହାର ନବାଦାରେ ୨୦୧୬ ମସିହାରେ ଏକ ନାବାଳିକାକୁ ବଳତ୍କାର କରିଥିବା ଅପରାଧରେ ବିହାର ରାଷ୍ଟ୍ରୀୟ ଜନତା ଦଳର ନିଳମ୍ବିତ ବିଧାୟକ ରାଜବଲ୍ଲଭ ଯାଦବଙ୍କୁ ଆଜି ସ୍ୱତନ୍ତ୍ର ଆଦାଲତର ବିଚାରପତି ପର୍ଶୁରାମ ସିଂହ ଯାଦବ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ-୨୦୧୬ ମସିହାରେ ଏକ ନାବାଳିକାକୁ ପଥରା ଇଂଲିସ ଗ୍ରାମ ନିକଟରେ ଥିବା ନିଜ ବାସଭବନରେ ବିଧାୟକ ରାଜବଲ୍ଲଭ ବଳତ୍କାର କରିଥିବା ଅଭିଯୋଗ ଘଟଣା ଘଟିବାର କିଛିଦିନ ପରେ ନାଳନ୍ଦା ଜିଲା ମହିଳା ଥାନାରେ ରୁଜୁ କରାଯାଇଥିଲା। ଏହି ଘଟଣାରେ ବିଧାୟକଙ୍କୁ ସହଯୋଗକରିଥିବା ମହିଳା ସୁଲେଖା ଦେବୀଙ୍କ ସହ ୪ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ଉକ୍ତ ମାମଲାକୁ ବିହାରରେ ଗଠିତ ହୋଇଥିବା ସ୍ୱତନ୍ତ୍ର ଆଦାଲତ ବିଚାର କରି ଅଭିଯୁକ୍ତ ମାନଙ୍କୁ ଦୋସି ସାବ୍ୟସ୍ତ କରି ବିଧାୟକ ରାଜବଲ୍ଲଭଙ୍କୁ ଉପୋରକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ନାବାଳିକାକୁ ବଳତ୍କାର ମାମଲାରେ ଆର ଜେ ଡିର ନିଳମ୍ବିତ ବିଧାୟକଙ୍କୁ ଆଜୀବନ ଜେଲ
|
December 21, 2018 |
