ନାଟ୍ୟ ନିଦେ୍ର୍ଦଶକଙ୍କ ପତ୍ନୀ ବିୟୋଗ

Spread the love

ଚଣ୍ଡିଖୋଲ, ୧୨/୦୩/୨୦୨୨ (ସନ୍ଧାନ ନିଉଜ) – ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅରଖପୁର ପଂଚାୟତ ଅଧିନ ବନ୍ଧା ପଦ୍ମଲାଭପୁର ଗ୍ରାମର ନାଟ୍ୟ ନିଦେ୍ର୍ଦଶକ ସ୍ୱର୍ଗତ ଫଗୁ ବଲ୍ଲଭ ଧଳଙ୍କ ଧର୍ମପତ୍ନୀ ଶଶିରେଖା ଧଳ(୮୪)ଙ୍କ ଆଜି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପରଲୋକ ଗମନ କରିଛନ୍ତି । ସେ ଜଣେ ସରଳା, ମିଷ୍ଠଭାଷୀ, ପରପୋକାରୀ ଓ ଧର୍ମପରାୟଣା ମହିଳା ଥିଲେ । ତାଙ୍କ ମୃତୁ୍ୟ ଖବର ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ, ବିଜେଡ଼ି ସଂପାଦକ ଜନ୍ମେଜୟ ଲେଙ୍କା, ବିଜେପି ନେତା ଅମର ନାୟକ, ପ୍ରେସ୍ କ୍ଲବ୍ ଚଣ୍ଡିଖୋଲ ସଭାପତି ପ୍ରଦୀପ୍ତ କୁମାର ପରିଡ଼ା, ଶିକ୍ଷାବିତ୍ ପ୍ରହଲ୍ଲାଦ ଚନ୍ଦ୍ର ଧଳ, ଇଶ୍ୱର ଚନ୍ଦ୍ର ପରିଡ଼ା, ଶେଷଦେବ ନାୟକ, ରବିନ୍ଦ୍ର କୁମାର ଜେନା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । କନିଷ୍ଠ ପୁତ୍ର ଶିକ୍ଷକନେତା ଅଜୟ କୁମାର ଧଳ ମୁଖାଗ୍ନୀ ଦେଇଥିଲେ ।

Related Posts

About The Author

Add Comment