ଭଣ୍ଡାରିପୋଖରୀ, ୨୧.୦୩.୨୦୨୧ (ସନ୍ଧାନ ନିଉଜ) ଭଣ୍ଡାରିପୋଖରୀର ସ୍ଥାନୀୟ ନାଆଁମୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ”କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନାଆଁମୀ ମହାବିଦ୍ୟାଳୟରେ ମାନ୍ୟବର ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ସାମଲ, ମାନନୀୟ ଭଦ୍ରକ ଜିଲ୍ଲା ଛାତ୍ର ସଭାପତି ଏବଂ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଦିପ୍ତି ସୂର୍ଯ୍ୟ ଭରତେନ୍ଦୁ ବିଶ୍ବାଳ , ନାଆଁମୀ ପଞ୍ଚାୟତର ସରପଞ୍ଚ ସଦାଶିବ ଦାସ, ରାଜେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଜଗନ୍ନାଥ ଭାରତୀ ,ତେସିଙ୍ଗା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡାଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ରଶ୍ମିତା ପାଢ଼ୀ ଓ ଶ୍ରୀଯୁକ୍ତ ଦିବାକର ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ନାଆଁମୀ ମହାବିଦ୍ୟାଳୟରେ ସମସ୍ତ ପୁରାତନ ଓ ବର୍ତ୍ତମାନ ଛାତ୍ର ଛାତ୍ରୀ ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଜେନା ଏବଂ ନାଆଁମୀ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ନାଆଁମୀ ମହାବିଦ୍ୟାଳୟର ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ବିନୋଦ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା। Report- Manas Rout
ନାଆଁମୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ
|
March 23, 2021 |



