ନବୀନ ସରକାର ପିସି ସରକାର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ଯାଜପୁର, ୨୮/୧୦  (ସନ୍ଧାନ ନିୟୁଜ) ପିସିରେ ପେସି ହୋଇଯାଉଛନ୍ତି ଓଡିଶାର ଜନତା। ରାଜ୍ୟରେ ରହିଥିବା ସରକାର କାମ ନକରି ଭେଳିକି ଦେଖାଇବାର ସରକାର। ନବୀନ ସରକାର ପିସି ସରକାର, ଯାଦୁଗର ସରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଏକବିଂଶ ଶତାଦ୍ଧୀରେ ନୂଆ ଭାରତ ସହ ନୂଆ ଓଡିଶା ଗଠନ କରିବା ପାଇଁ ଆହ୍ୱାନ କରିଛନ୍ତି। ଆଜି ଯାଜପୁର ଜିଲା ବିଞ୍ଝାରପୁରର ସିଂହପୁର ଠାରେ ଏକ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ମୁଣ୍ଡପିଛା ଋଣ ବଢିବଢି ଚାଲିଛି। ପାଖାପାଖି ଲକ୍ଷେ କୋଟି ଋଣ ୧୮ ବର୍ଷ ଶାସନରେ ଓଡିଆଙ୍କ ମୁଣ୍ଡରେ ରହିଛି। ଆମ ଗାଁ ଆମ ବିକାଶ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ହେଉଛି। ଦିଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ପାଇଁ ପଇସା ପଠାଉଛନ୍ତି। ତେବେ ଆଜି ଏହି ଯୋଜନାରେ ଜିଲାରେ ଅବ୍ୟବସ୍ଥା ହୋଇଥିବା ବେଳେ କେନ୍ଦ୍ର ଯାଂଚ ଦଳ ଆଜି ଜିଲାରେ ବୁଲୁଛି। ଆମ ଗାଁ ଆମ ବିକାଶ ମାଧ୍ୟମରେ ପଂଚାୟତ ପ୍ରତିନିଧି ମାନଙ୍କ ଅଧିକାର ଛଡାଇ ନିଆଯାଉଛି। ଆଜି ବ୍ରାହ୍ମଣୀ ଓ ଖରସ୍ରୋତ ରେ ଯେଉଁ ପାଣି ଆସିଛି ବଙ୍ଗୋପସାଗକୁ ଭାସିଯାଉଛି, ଏହାର ସୁବିନଯୋଗ କଲେ ଓଡିଶାକୁ ନୂଆକରି ଗଢି ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Related Posts

About The Author

Add Comment