ସୁନ୍ଦରଗଡ ତା:୨୫/୨/୨୦୨୨( ସନ୍ଧାନ ନିଉଜ/ରାଜୁ ପଟେଲ ) ହିମଗିର ବ୍ଲକ ବଲିଙ୍ଗା ଫାଣ୍ଡି ଅନ୍ତର୍ଗତ ରତନପୁରରେ ଏକ ନବ ବିବାହିତଙ୍କ ସନ୍ଦେହଜନ ମୃତ୍ୟୁ ସାମ୍ନାକୁ ଆସିଛି । ଗତ ୧୨ତାରିଖରେ ଛତିଶଗଡ଼ ତମନାର ଥାନା ଅନ୍ତର୍ଗତ ବଜାର ମୁଣ୍ଡାର ନିର୍ମଳା ନାଏକ
(୨୦ବର୍ଷ) ଙ୍କୁ ରତନ ପୁରର ମଦନ କିଷାନ( ୩୬ବର୍ଷ) ବାହା ହୋଇଥିଲେ । ସୂଚନା ଅନୁସାରେ ଆଜି ସକାଳ ସାଢେ ଦଶଟା ସମୟରେ ନିର୍ମଳା କୋଇଲା ବୋଝେଇ ଟ୍ରଲର ଧକ୍କାରେ ଆହତ ହୋଇଥିବା ସୂଚନା ପାଇ ଗ୍ରାମବାସୀ ତାଙ୍କୁ ହିମଗିର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା
ସହ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖବରପାଇ ପୋଲିସ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ । ନିର୍ମଳାଙ୍କ ବାପା ତାଙ୍କ ଜ୍ୱାଇଁ ମାଡ଼ମାରି ହତ୍ୟା କରିଥିବା ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁସାରେ ତାଙ୍କ ଝିଅ ନିର୍ମଳା ଫୋନ ମାଧ୍ୟମରେ ସକାଳ ଦଶଟା ସମୟରେ ଭାଇ ଓ ଭାଉଜଙ୍କୁ ସ୍ୱାମୀ ମାଡ଼ମାରି ଘରେ ବନ୍ଧ କରିଥିବା ଜଣାଇଥିଲେ । ମାତ୍ର ଟ୍ରଲର ଧକାରେ ଆହତ ହୋଇଥିବା କେହି ଦେଖି ନ ଥିବା ଅଂଚଳରେ ଚର୍ଚ୍ଚା ହେଉଛି । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ନିର୍ମଳାଙ୍କୁ ହିମଗିର ଚିକିତ୍ସାଳୟରୁ ସୁନ୍ଦରଗଡକୁ ମୁଖ୍ୟ ଚିକିତ୍ସାଳୟକୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏକ ମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ।
ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ,ପରିବାର ଲୋକଙ୍କ ହତ୍ୟା ସନ୍ଦେହ
|
February 26, 2022 |



