ନଦୀରେ ବୁଡ଼ି ନାବାଳିକାର ମୃତ୍ୟୁ

Spread the love

କୋରାପୁଟ, ୦୩/୦୬/୨୦ (ସନ୍ଧାନ ନିଉଜ) : କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାଡୁଆଥାନା ଅନ୍ତର୍ଗତ କୁଲାର ସିଙ୍ଗ ଗ୍ରାମପଞ୍ଚାୟତ ରପଡ଼େଇ ଗ୍ରାମରେ ନିକଟସ୍ଥ ପାତାଳି ନଦୀରେ ଶୌଚ ପାଇଁ ଯାଇଗୋଡ଼ ଖସି ଯିବାରୁ ୧୦ବର୍ଷର ନାବାଳିକା ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ପଡ଼େଇ ଗ୍ରାମ ନିବାସୀ ସୁବାଷ କିରିସାନିଙ୍କ ଝିଅ ମନାଲିସା କିରିସାନି (୧୦) ଗ୍ରାମ ନିକଟରେ ଥିବା ପାତାଳିକୁ ଶୌଚ ପାଇଁ ଯାଇ ଗୋଡ଼ ଖସି ଯାଇ ନଡି ଭିତରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ଶୌଚ ପାଇଁ ଯାଇ ଥିବା ସାଥି ଝିଅମାନେ ପରିବାର ଲୋକଙ୍କୁ ଖବର ଦେବାରୁ ବହୁ ଖଜାଖୋଜି କରି କୌଣସି ସନ୍ଧାନ ନପାଇମୃତ ନାବାଳିକାର ବାପା ସୁବାଷ କିରିସାନି ପାଡୁଆ ଥାନାରେ ଲିଖିତ ଅଭିଯୋଗକରିଥିଲେ। ଅଭିଯୋଗକୁ ଭିତ୍ତି କରି ନନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ନଦୀରୁ ଉଦ୍ଧାର କରି ଥିଲେ। ଶବଟିକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କୋଇଥିବା ବେଳେ ଏନେଇ ପାଡୁଆ ଥାନାରେଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Related Posts

About The Author

Add Comment