ରାଉରକେଲା ୩୦/୧ (ସନ୍ଧାନ ନିୟୁଜ): ସମ୍ବଲପୁର-ସୁନ୍ଦରଗଡ଼-ଦେବଗଡ଼ ଡିଭିଜନର କ୍ୟାଡର ନକ୍ସଲ ପୋଗା ସୁରିନ ଓରଫ ସୁମନ ଆଜି ରାଉରକେଲା ପୁଲିସ ଏବଂ ସିଆରପିଏଫ୍ ୧୯ ବାଟାଲିୟନ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୁମନଙ୍କ ଘର ଝାରଖଣ୍ଡର ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ। ସେ ୨୦୧୩ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ। ଏଥିସହ ନକ୍ସଲ ସଙ୍ଗଠନ ନେତା ମିଶିର ବେସେରା ନେତୃତ୍ୱରେ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ଥିଲେ।। ନକ୍ସଲ ସଙ୍ଗଠନର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ନକ୍ସଲଙ୍କ ଆତ୍ମସମର୍ପଣ
|
January 30, 2020 |



