ଯାଜପୁର ସଦର,୦୪/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ନକଲି ଟଙ୍କା ତିଆରି କରାଯାଇ ଲକ୍ଷ ଲକ୍ଷ ଅସଲି ଟଙ୍କା ରୋଜଗାର କରୁଥିବା ନକଲି ଟଙ୍କାର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଚନ୍ଦ୍ରମଣି ବଳକୁ ଯାଜପୁର ଥାନା ପୋଲିସ ଗିରଫ କରି ଅଦାଲତକୁ ଚାଲାଣ କରିଥିବା ଯାଜପୁର ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନା ଆମ ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଦୁଇଥର ଏହି ନକଲି ଟଙ୍କା ତିଆର କରିଥିବା ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଚନ୍ଦ୍ରମଣୀ ବଳ ନିକଟରୁ କାଳିଆପାଣି ପୋଲିସ ୫୭ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ପୂର୍ବରୁ ଗିରଫହୋଇ ଆସାମୀ ଚନ୍ଦ୍ରମଣି ବଳ କୋର୍ଟରୁ ଜାମିନିରେ ଆସି ଯାଜପୁର ଥାନା ଅନ୍ତର୍ଗତ ମନ୍ଥସାଧବ ଅଞ୍ଚଳରେ ଏକ ଭଡ଼ା ଘରେ ନକଲି ନୋଟ ମେସିନ୍ ଦ୍ୱାରା ଛପାଯାଇ ୧୩ଲକ୍ଷ ୧୭ ହଜାର ୫ଟଙ୍କା ରଖିଥିବା ବେଳେ, ଯାଜପୁର ଏସ୍ପି ରାହୁଲ ପିଆର କୌଣସି ସୁତ୍ରରୁ ଖବର ପାଇ ଯାଜପୁର ଥାନା ଆଇଆଇସି ଅଜୟ କୁମାର ଜେନାଙ୍କୁ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଷ ଦେଇଥିଲେ । ଶ୍ରୀ ଜେନା ସନ୍ଥମାଧବ ଭଡ଼ା ଘର ଉପରେ ଚଢ଼ାଉକରି ଛପାଯାଉଥିବା ମେସିନକୁ ଜବତ କରିବା ସହିତ ବ୍ୟବହାର କରାଯାଉଥିବା ଷ୍ଠାମ୍ପ, ନୋଟ ଛପା ହେବା ପେପର, ଏବଂ କେତେକ ଅସଲି ନୋଟ ପୋଲିସ ଜବତ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ସନ୍ଥମାଧବ ଅଞ୍ଚଳରେ ଥିବା ଭଡ଼ାଘର ମାଲିକ ଭୂବନେଶ୍ୱରରେ ରହୁଥିବା ବେଳେ, ଅଭିଯୁକ୍ତ ଚନ୍ଦ୍ରମଣୀ ବଳ ଏବଂ ତାଙ୍କ ସ୍ତ୍ରୀ ଦୁଇ ଜଣ ଏହି ଭଡ଼ାଘରେ ରହୁଥିଲେ । ନକଲି ଦେଇ ଅସଲି ନୋଟ ଲକ୍ଷ ଲକ୍ଷ ରୋଜଗାର କରୁଥିବା ଜଣାଯାଇଚି । ଯାଜପୁର ଥାନା ଅଧିକାରୀ ଅଜୟ ଜେନା, ଏସଡିପିଓ ସରୋଜ ଉପାଧାୟ ନକଲି ନୋଟ ମଧ୍ୟରେ ୫ଶହ ଟଙ୍କିଆ, ୨ଶହ ଟଙ୍କିଆ, ଏବଂ ୧ଶହ ଟଙ୍କିଆ ଛପାଯାଉଥିଲା । ଏହି ର୍ୟାକେଟର ମାଷ୍ଟର ମାଇଣ୍ଡ ମଙ୍ଗଳପୁର ଥାନା ଅନ୍ତର୍ଗତ ଛଞ୍ôଚଣା ଗ୍ରାମ ଅର୍ଜ୍ଜୁନ ବଳଙ୍କ ପୁଅ ଚନ୍ଦ୍ରମଣୀ ବଳ(୩୫) ଯାଜପୁର ପୋଲିସ ଗିରଫ କରି ଥାନାକୁ ଆଣି ପଚରା ଉଚରା କରୁଥିବା ବେଳେ, ସମସ୍ତ କଥା ଚନ୍ଦ୍ରମଣୀ ବଳ ମାନିଥିଲା । ବାହାର ରାଜ୍ୟକୁ କୋଟି କୋଟି ଚୋର ଲମ୍ବିଥିବା ବେଳେ, ଚନ୍ଦ୍ରମଣୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଚନ୍ଦ୍ରମଣୀର ଜାମିନ ନ୍ୟାୟଳୟରେ ନାମଞ୍ଜୁର ହେବାରୁ ଆସାମୀକୁ ହାଜତକୁ ପଠାଇଦିଆଯାଇଥିଲା । ଯାହାକି ଯାଜପୁର ପୋଲିସ ରିମାଣ୍ଡରେ ଆଣି ଯାହାକିି ଏହି ନକଟି ନୋଟ ମଧ୍ୟରେ ୭୫୫ଖଣ୍ଡ ୫ଶହ ଟଙ୍କିଆ, ୪୨୫୦ଖଣ୍ଡ ୨ଶହ ଟଙ୍କିଆ, ୯୦୦ଖଣ୍ଡ ୧ଶହ ଟଙ୍କିଆ ଏକପାଖିଆ ଛପାଯାଇଥିବା ୨୯୦ଟି ୨ଶହ ଟଙ୍କିଆ ନୋଟ, ୪୨ଟି ୧ଶହ ଟଙ୍କିଆ ନକଲି ନୋଟ ଯାଜପୁର ପୋଲିସ ଜବତ କରିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଚନ୍ଦ୍ରମଣୀ ବଳ ଦୁଇ ଦୁଇଥର ଗିରଫ ହେବାପରେ କିପରି ନକଲି ନୋଟ କାରବାର କରୁଥିଲା, ଜିଲ୍ଲା ପ୍ରଶାସନ କିପରି ଜାଣିପାରିଲା ନାହିଁ ତାହା ବଡ଼ ବିଶ୍ମୟର ବିଷୟ । ଏହି ନକଟି ନୋଟ ଚେର କେତେ ଦୂର ଲମ୍ବିଚି ଯାଜପୁର ଏସପ ତଦନ୍ତ କରିବା ସହିତ ନ୍ୟାୟଳୟ ଦୋଷୀକୁ କଠୋର ଦଣ୍ଡ ଦେବାଲାଗି ସାଧାରଣରେ ଦାବି କରାଯାଉଚି । ଯାଜପୁର ଟାଉନ ଥାନାରୁ ୧ କିଲୋମିଟର ସନ୍ଥମାଧବ ଭଡ଼ାଘର ରହିଥିବା ବେଳେ, ଟାଉନ ଥାନା ପୋଲିସ ନଜରକୁ କିପରି ଆସିଲା ନାହିଁ ତାହା ଆଶ୍ୱର୍ଯ୍ୟ କରି ଦେଇଚି । ଏହି ନକଲି ନୋଟ ଯାଜପୁର ଜିଲ୍ଲାରେ ରହିଚି କି ନାହିଁ ତାହା ତୁରନ୍ତ ତଦନ୍ତ କରାଯାଉ ଏହା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଚି ।
ନକଲି ଟଙ୍କା ତିଆରି କରୁଥିବା ଅଭିଯୋଗରେ ଆସାମୀ କୋର୍ଟ ଚାଲାଣ
|
January 5, 2022 |