ଭଦ୍ରକ 25.09.(ସନ୍ଧାନ ନିୟୁଜ) ପୁରୁଣାବଜ଼ାର ଥାନା ଅନ୍ତର୍ଗତ ମିର୍ଜ଼ାପୁର ରେ ପୁଣି ନକଲି ଜର୍ଦା କାରଖାନା ଠାବ. ସୂଚନା ଅନୁଯାଇ ଦୀର୍ଘ ଦିନ ଧରି ମିର୍ଜ଼ାପୁର ଅଞ୍ଚଳରେ ନକଲି ଜର୍ଦା ତିଆରି କରାଯାଇ ବିଭିନ୍ୟ ଜ଼ିଲ୍ଲାକୁ ଚାଲାଣ କରଯାଉଥିବା ସୂଚନା ପାଇଁ ଆଜି ପୁରୁଣାବଜ଼ାର ପୋଲିସ ଅଚାନକ ଚଢ଼ାଉ କରିଥିଲା.ଏହି ଚଢ଼ାଉ ସମୟରେ ପୋଲିସ ଲକ୍ଷାଦୀକ ମୂଲ୍ୟର ନକଲି ଜର୍ଦା ସହ ନାମୀ ଦାମୀ ବ୍ରାଣ୍ଡ ଲେଖା ଥିବା ନକଲି ଜର୍ଦା ଓ ଜର୍ଦା ତିଆରି ମେସିନ କେମିକାଲ ଜବତ କରିଥିବା ବେଳେ ଏହି ଘଟଣାରେ ନକଲି ଜର୍ଦା ବେପାରୀ ଏସ କେ ବାବୁଲା କୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି
Report- Ramesh Nayak



