ଧୋନିଙ୍କୁ ପ୍ରଶଂସା କଲେ କପିଲ୍‌ ଦେବ୍‌ : କହିଲେ, ଏମ୍‌ ଏସ୍‌ ଧୋନି ହେଉଛନ୍ତି ଭାରତର ମହାନ କ୍ରିକେଟର

Spread the love

ନୂଆଦିଲ୍ଲୀ, ୧୯/୧୨ (ସନ୍ଧାନ ନିୟୁଜ) : ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ମନ ଖୋଲି ପ୍ରଶଂସା କରିଛନ୍ତିି ବରିଷ୍ଠ କ୍ରିକେଟର କପିଲ ଦେବ୍‌। ଦେଶର ଏକ ପ୍ରମୁଖ ଗଣମାଧ୍ୟମ ପକ୍ଷରୁ ଅନୁଷ୍ଠିତ ହେଉଥିବା କନ୍‌କ୍ଲେଭରେ ଯୋଗ ଦେଇ କପିଲ୍‌ ଦେବ କହିଛନ୍ତି, ଭାରତ ସୃଷ୍ଟି କରିଥିବା ମହାନ କ୍ରିକେଟରଙ୍କ ମଧ୍ୟରୁ ଧୋନି ହେଉଛନ୍ତି ଜଣେ।

ଉଲ୍ଲେଖଯୋଗ୍ୟ କି ୧୯୮୩ ମସିହାରେ ଇଂଲଣ୍ଡରେ ଭାରତକୁ ବିଶ୍ୱକପ୍‌ କ୍ରିକେଟ ଜିତାଇ ଥିଲେ କପିଲ ଦେବ। ଏହାପରେ ଦ୍ୱିତୀୟ ଥର ଲାଗି ମହେନ୍ଦ୍ର ସିଂ ଧୋନୀ ୨୦୧୧ ମସିହାରେ ଭାରତକୁ ବିଶ୍ୱବିଜୟୀ କରିଥିଲେ। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଛକା ମାରି ଭାରତକୁ ଜିତେଇ ଥିଲେ କ୍ୟାପ୍‌ଟେନ୍‌ ଧୋନୀ।

ଏହି କନକ୍ଲେଭରେ ଆଲୋଚନା ପ୍ରସଙ୍ଗରେ କପିଲ ଦେବ୍‌ କହିଛନ୍ତି ‘ଭାରତ ସୃଷ୍ଟି କରିଥିବା ମହାନ ଖେଳାଳିଙ୍କ ମଧ୍ୟରୁ ଧୋନି ଅନ୍ୟତମ। ସେ ୯୦ଟି ଟେଷ୍ଟ ମ୍ୟାଚ ଖେଳିବା ପରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଟେଷ୍ଟ ଖେଳରୁ ଓହରି ଯାଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲାଗି ମୁଁ ତାଙ୍କୁ ସଲାମ୍‌ କରୁଛି। ନିଜ ସ୍ୱାର୍ଥ ଅପେକ୍ଷା ସେ ଦେଶକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ଏଠାରେ ଉପସ୍ଥିତ ଥିବା ଦେଶର ବରିଷ୍ଠ କ୍ରିକେଟର ସୁନୀଲ୍‌ ଗାଭାସ୍କର, କପିଲ ଦେବଙ୍କୁ ପ୍ରଶଂସା କରି ଜଣେ ମହାନ କ୍ରିକେଟର ବୋଲି ବର୍ଣ୍ଣନା କରିଥିଲେ।

Related Posts

About The Author

Add Comment