ଧାନମଣ୍ଡଳ ଶିଶୁବିଦ୍ୟା ମନ୍ଦିର ୨୦ତମ ବାର୍ଷିକ ସମାରୋହ

Spread the love

ଯାଜପୁର, (ସନ୍ଧାନ ନିୟୁଜ/ମାନସ ରାଉତ) ପ୍ରାଶ୍ଚତା ଶିକ୍ଷା ଓ ସଂସ୍କୃତି ତଥା ଆଧୁନିକତାର ଚାକଚକ୍ୟରେ ହଜି ଯାଉଥିବା ଅତିତର ଗୁରୁ ଶିଷ୍ୟ ସମ୍ପର୍କ, ପୂଜ୍ୟ ପୂଜାର ଆଦର ଓ ମୁଲ୍ୟବୋଧର ଅବକ୍ଷୟ ଆଜିର ସମାଜରୁ ଦୁରେଇ ଯାଉଛି ବୋଲି ଧାନମଣ୍ଡଳ ସ୍ଥିତ ସରସ୍ୱତି ଶିଶୁ ବିଦ୍ୟାମନ୍ଦିରର ୨୦ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସଂସ୍କୃତ ଭାରତ ଉକ୍ରଳ କ୍ରାନ୍ତ ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଣ୍ଡା ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ସ୍ଥାୟୀ ସଭାପତି ରାମଚନ୍ଦ୍ର ଶୁକ୍ଳଙ୍କ ସଭାପତିତ୍ୱରେ ଆୟୋଜି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟ ସଚେତକ ଓଡ଼ିଶା ସରକାର ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଲକ୍ଷ୍ୟ ଓ କର୍ତ୍ତବ୍ୟ ଠିକ୍ ରହିଲେ ସଫଳତାର ଶିର୍ଷରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଶିଶୁ ସାହିତ୍ୟିକ ଡ଼ଃ ପ୍ରିୟନାଥ ମହାପାତ୍ର ପିତା, ମାତା ତଥା ଅଭିଭାବଙ୍କର ଜୀବନ ଶୈଳୀ ପିଲାମାନଙ୍କ ଉଫରେ ପ୍ରଭାବ ପକାଇଥାଏ । ପିଲାମାନଙ୍କୁ କୌଣସି କାର୍ଯ୍ୟ ପାଇଁ ବାଧ୍ୟ ବାଧକତା ନକରି ସେମାନଙ୍କ ଉପରେ ନିଜର ଭବିଷ୍ୟ କ୍ରର୍ମପନ୍ଥା ଛାଡ଼ିଦେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଧାନମଣ୍ଡଳ ଗ୍ରାମପଞ୍ଚାୟତ ସରପଞ୍ଚ ଭାରତୀ ସେଠୀ ପିଲାମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ବିଭାସ ଚନ୍ଦ୍ର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ରାଜ୍ୟ ତଥା ଜିଲା ସ୍ତରରେ ଅନୁଷ୍ଟିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Related Posts

About The Author

Add Comment