ଧର୍ମଶାଳା ଭାଜପା ପକ୍ଷରୁ ବିଜୟ ସଂକଳ୍ପ ପଥପ୍ରାନ୍ତ ସଭା

Spread the love

ରସୁଲପୁର, ୧୬/୩ (ସନ୍ଧାନ ନିୟୁଜ)ରସୁଲପୁର ବ୍ଲକରୁ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ସାମିଲ ହୋଇଥିବା ୯ଗୋଟି ପଂଚାୟତରେ ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାଜପା ରାଜ୍ୟ କାର୍ଯ୍ୟକାରିିଣୀ ସଦସ୍ୟ ରମେଶ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠି ବିଜୟ ସଂକଳ୍ପ ଉତ୍ସବ ଓ ପଥପ୍ରାନ୍ତ ସଭାରେ ୩୪ନଂ ଜୋନ୍ର ପ୍ରଭାରୀ ଜିଲାପରିଷଦ ସଦସ୍ୟ ରଶ୍ମୀରଂଜନ ନାୟକ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦଳର ଲୋକାଭିମୂଖୀ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇବା ସହ ଚଳିତ ନିର୍ବାଚନରେ ଭାଜପା ଦଳକୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିବାକୁ ନିବେଦନ କରିିଥିଲେ । ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ଜୋନ୍ର ପ୍ରଭାରୀ ରଘୁନାଥ ବେହେରା, ଧର୍ମଶାଳାର ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଜେନା, ମହେନ୍ଦ୍ର ପଣ୍ଡା, ମଣ୍ଡଳ ସଭାପତି ଚୈତନ୍ୟ ସାମଲ, ନାରାୟଣ ସ୍ୱାଇଁ, କୁଳମଣୀ ନାୟକ, ନାରୀନେତ୍ରୀ ମାମିନା ମଲିକ, ଯୁବନେତା ଦିଲ୍ଲୀପ ରଥ, ଶରତ ଓଝା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଭାରୀ ଗଗନ ବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Report- J Rout, Rasulpur

Related Posts

About The Author

Add Comment