ଧର୍ମଶାଳା, ୧୫/୦୧/୨୧ (ସନ୍ଧାନ ନିଉଜ) : ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଓ ଧର୍ମଶାଳା ବଜ଼ାରର ବ୍ୟବସାୟ ବୃନ୍ଦଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଡାକ୍ତର ଖାନା ର ପରିସରର ଚତୁପାର୍ଶ୍ୱରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ପରେ ଡାକ୍ତର ପରିସର ଓ ଡାକ୍ତର ଖାନାର ଚତୁର୍ପାଶ୍ୱ କିପରି ପରିଷ୍କାର ପରିଛନ ରହିବ ସେ ସମ୍ପର୍କରେ ମାନବ ଶୃଙ୍ଖଳ ଗଠନ କରି ସଚେତନ କରାଯାଇଥିଲା। ସବୁ ସଭ୍ୟ ସଭ୍ୟା ମାନେ ସ୍ଵଛତା ହି ସେବା ବିଷୟରେ ଲୋକମାନଙ୍କୁ ସଚେତନ କରିବାକୁ ପ୍ରତିସୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଧୀର କୁମାର ସାହୁ, ଆୟୁଷ ବିଭାଗର ଡାକ୍ତର ଅଜିତ ନାୟକ, ବ୍ଲକ କାର୍ଯ୍ୟକ୍ରମ ପ୍ରବନ୍ଧକ ବିଜୟ କୁମାର ବେହେରା, ଅମୂଲ୍ୟ କୁମାର ବିଶ୍ବାଳ, ଶ୍ରୀମନ୍ତ ମହାନ୍ତି ଆଦି ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।
ଧର୍ମଶାଳା ଡାକ୍ତରଖାନାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ
|
January 15, 2021 |


