ଧର୍ମଶାଳରେ ଲଭ ଜିହାଦ ମାଡିଗଲାଣି, ନିଖୋଜ ଏତଲା କରିବାକୁ କୁହେ ପୋଲିସ , ନିଲମ୍ବନ ପାଇଁ ଉଠିଲା ଦାବି

Spread the love

ଭୂବନେଶ୍ୱର/ଯାଜପୁର (ସ୍ୱତନ୍ତ୍ର ପ୍ରତନିଧି) ସାଂଘାତିକି ହେଉଛି ନାବାଳିକା ନାବାଳକ ଚୋରି ସହିତ ଯୁବତୀ ଅପହରଣ । କିଛି ଦିନ ତଳେ ଧର୍ମଶାଳା ଅଂଳଚରେ ନଦୀ କୂଳରେ ଏକ ଯୁବତୀକୁ ହତ୍ୟା କରାଯାଇଥିବାର ପୋଲିସ ଶବ ଜବତ କରିଥିଲେ ସୁଧା ଏହା ଉପରୁ ସମ୍ପୁଣ୍ଣ ପରଦା ଉଠାଇବାରେ ବିଫଳ ହୋଇଥିଲା । ମିଡିଆ ଚୁପୁ ରହୁଥିବାରୁ ଏହାର ଖୋଳତାଳ ମଧ୍ୟ ହେଲାନି । ଯେଉଁ ମିଡିଆ ମୁହଁ ଖୋଲିବାକୁ ପ୍ରୟାସ କରେ ତାକୁ ବିଭିନ୍ନ ଭୟ ଦେଖାନ୍ତି ଥାନା କର୍ତ୍ତପକ୍ଷ । ଅନ୍ୟ ପଟରେ ଧର୍ମଶାଳାର ବଡ ବଡ ମିଡିଆ ମାନେ ଚୁଲିଗାତରେ ମୁହଁ ପୁରେଇ ସେମାନଙ୍କ ଠାରୁ କେଇଁଖଣ୍ଡ ମାଉଁସ ଆଉ ଗାନ୍ଦୀ ମୁଣ୍ଡରେ ଏମାନଙ୍କୁ ସମର୍ଥନ ଦେବା ସହିତ ଖବର ପ୍ରସାରଣରେ ଗୁରୁତ୍ୱ ଦିଅନ୍ତି ନାହିଁ । ଫଳରେ ଧର୍ମଶାଳାରେ ଅପରାଧ ବଢ଼ୁଥିଲେ ସୁଧା ସାଧରଣକୁ ଏହା ଆସିପାରିନଥାଏ । ମୁଖ୍ୟ କଥା ହେଉଛି ଧର୍ମଶାଳା ଥାନାର ଅôଧିକାରୀ ନିଜର କର୍ମଚାରୀଙ୍କ ଉପରେ କିଛି କର୍ତ୍ତତ ନଥିବା ବେଶ ଚର୍ଚ୍ଚା ହୋଇଥାଏ । ତଥାପି ଏହି ଥାନା ଲୋକଙ୍କ ଏତଲାକୁ ରଖେନି କି କାର୍ଯ୍ୟକାରୀ କରେନି । ଏନେଇ ପୂର୍ବରୁ ଡିଜିଙ୍କୁ ଅଭିଯୋଗ ହୋଇଥିଲା । ଏବେ ଲଭ ଜିହାଦରେ ଏହାର ଗୁମର ଖୋଲି ଦିଆଯାଇଛି । ଧର୍ମଶାଳା ଚହଟା ଗ୍ରାମରୁ ଏକ ଭିଏନ କଲେଜର ଝିଅକୁ ଲଭ ଜିହାଦ ପାଇଁ ଅପହରଣ କରିନିଆଗଲା । ଝିଅର ବାପା ଅପହରଣ ଏତଲା ଦେବା ପରେ ତାହା ନରଖି ନିଖୋଜ ଏତଲା ଦେବା ପାଇଁ ତାଙ୍କୁ ଧମକ ଦିଆଗଲା । ଏପରକି ଝିଅର ବାପା ନିଖୋଜ ଏତଲା ଦେବା ପରେ ଦୀର୍ଘ ୭ଦିନ ବିତିଗଲା କୌଣସି କାର୍ଯ୍ୟନୁଷ୍ଠାନ ନିଅଗଲା ନାହିଁ । ବାଧ୍ୟ ହୋଇ ଝିଅର ବାପା ଯାଜପୁର ଏସପିଙ୍କୁ ଦାବି ପତ୍ର ଦେବା ପରେ ଏହାର କପି ବିଭିନ୍ନ ସାମାଜିକ ମିଡିଆରେ ଘୁରି ବୁଲିଲା । ଫଳରେ ବାଧ୍ୟ ହୋଇ ପୋଲିସ ଝଅକୁ ଖୋଜିବାକୁ ଆରମ୍ଭ କଲେ ୮ଦିନ ଏବଂ ୯ଦିନ ବେଳକୁ ଝିଅର ଅଡିଓ ଭାଇରାଲା ହେଲା । ଏହା ଭିତରେ ଗ୍ରାମବାସୀ ପୋଲିସର କାର୍ଯ୍ୟନୁଷ୍ଠାନ ନେଉନଥିବାରୁ ତାହାକୁ ଆନେ୍ଦାଳନ କରିବାକୁ ପ୍ରୟାସ କଲେ । ଫଳରେ ଦୀର୍ଘ ୧୦ଦିନ ଧରି ଝିଅକୁ ଶାରୀରିକ ମାନସିକ ନିର୍ଯାତନା ଦିଆଯିବା ପରେ ଚାପରେ ପୁଅର ବାପାକୁ ଗିରଫ କଲେ । ଏବଂ ପରେ ଝିଅକୁ କଟକରୁ ଉଦ୍ଧାର କଲା ପୋଲିସ । ମାତ୍ର ଏଠି ଆମର ପ୍ରଶ୍ନ ଯେ କୌଣସି ବ୍ୟକ୍ତି ଯାହା ଏତଲାଦେବ ତାୁ ରଖି ପ୍ରାଥମିକି ତଦନ୍ତ କରିବା ପୋଲିସର ଦାୟିତ୍ୱ ମାତ୍ର ଏଠି ତାହା ନକରି ଏତଲାକୁ ବଦଳାଇବାକୁ କୁହାଯାଏ କାହିଁକି । ଏତଲା ରଖିବା ପରେ କାର୍ଯ୍ୟନୁଷ୍ଠାନ ନିଆଯାଏନା କାହିଁକି । ଏମାନେ କଣ ଏତେ କାପୁରୁଷ ଯେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରନ୍ତିତି ବା କାର୍ଯ୍ୟନୁଷ୍ଠାନ ନେବାକୁ ଡରନ୍ତି । ତେବେ ଏଭଳି ଧର୍ମଶାଳା ପୋଲିସ ନାମରେ ଗଦାଗଦା ଅଭିଯୋଗ ଥିଲେବି ଏଠାରୁ ତାକୁ ବଦଳି କରାଯାଉନି କି ନିଲମ୍ବିତ କରାଯାଉନି କଣ ପାଇଁ ତାହାକୁ ନେଇ ପ୍ରଶ୍ନ ଉଠିଛି ।Report-Ajit Nayak

Related Posts

About The Author

Add Comment