କଟକ,26/03 (ସନ୍ଧାନ ନିଉଜ) କଟକସଦର ଅନ୍ତର୍ଗତ କଳାବିହାର,କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ(ଏସକେପି)ର ୧୭ତମ ପ୍ରତିଷ୍ଠା ଦିବସ ଉମାକାନ୍ତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର,ପତ୍ରପତ୍ରିକା ଉନ୍ମୋଚନ ହେବାସହ ପ୍ରଯୁକ୍ତି ବିଦ୍ୟା ତଥା ସମାଜସେବା ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ଜିଲ୍ଲା ବୟାଳିଶମୌଜା ଉପକଣ୍ଠ ପଟଣା ଗ୍ରାମର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ”କୁ ପରିଷଦ ପକ୍ଷରୁ “ସରସ୍ୱତୀ କଳା ପ୍ରତିଭା ସମ୍ମାନ – ୨୦୨୧” ପ୍ରଦାନ କରାଯାଇଛି ଏହି ସମ୍ମାନକୁ ଉଭୟ ଅନୁଷ୍ଠାନ ପକ୍ଷରୁ ସାହିତ୍ୟିକ ନାରାୟଣ ଚନ୍ଦ୍ର ମହାନ୍ତି, ଇଂ.ଅଶୋକ ବିଶ୍ୱାଳ, ସମାଜସେବୀ ରୁଦ୍ରନାରାୟ ଦାଶ, ସମାଜସେବୀ ବିନୋଦ ବେହେରା, କୃତି ଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜା ପ୍ରମୁଖ ଉପସ୍ଥିତ ରହି ସାରସ୍ୱତ ମଂଚରେ ଗ୍ରହଣ କରିଥିଲେ । ପ୍ରଥମ ଉଦଘାଟନୀ ଉତ୍ସବରେ କବି ଅମୀୟ ପାଣ୍ଡବ,ଓୟୁଜେ କଟକ ଜିଲ୍ଲା ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାନ୍ତି,ସବୁଜକବି ବୀରକିଶୋର ନାୟକ, ଆୱାଜ ମିଡିଆ ବ୍ୟୁରୋଚିପ ସାମ୍ବାଦିକ ସତ୍ୟବ୍ରତ, ସମ୍ବାଦିକ ବସନ୍ତ ରଥ,ଗୁରୁ ମହେଶ୍ୱର ବେହେରା,ଗୁରୁ ମହାଦେବ ମହାରଣା,ଆଧ୍ୟାତ୍ମିକ ପ୍ରବକ୍ତା ଦିବାକର ଦାସ ମହାରାଜ,କବି ଖଗେଶ୍ୱର ମହାରଣା,ଅତିଥି ସଂଗଠନର ସଂଯୋଜିକା ଆକାଂକ୍ଷା ବାରିକ,ସାହିତ୍ୟିକ ଦିବାକର ସାହୁ,ଆଡ଼ଭୋକେଟ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ଉଜ୍ଜ।ପିନି ଉତ୍ସବରେ ସମାଜସେବୀ କରୁଣାକର ପ୍ରଧାନ, ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାସ,ଶିକ୍ଷକରତ୍ନ ବାଉରୀବଂଧୁ ସ୍ୱାଇଁ, କବି ପିତାମ୍ବର ମହାପାତ୍ର,କରୋନାଯୋଦ୍ଧା ଅଭିରାମ ସାହୁ,ଚଳଚିତ୍ର ଅଭିନେତା ପ୍ରଭାତ ରଂଜନ ବାରିକ, ପ୍ରଦୀପ ମହାଳି,ମ୍ୟୁଜିକ ଶିକ୍ଷକ ଶ୍ରୀଧର ସାହୁ, ପ୍ରମୁଖ ଯୋଗଦେଇଥିଲେ । ପରିଷଦର ସଭାପତି ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ଅଶୋକ ପଟ୍ଟନାୟକ,ଉପସଭାପତି ପ୍ରଫୁଲ୍ଲ ଦାସ,ନାଟ୍ୟକାର ଦୈତାରି ପ୍ରଧାନ,ସଂଯୋଜକ ଚକ୍ରବର୍ତ୍ତୀ ଓତା,ପ୍ରଲବ୍ୟ ମହାପାତ୍ର,ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରାଣୀ ଦାଶ,କଣ୍ଠଶିଳ୍ପୀ ଇଂ.ଅମୀୟ ପଟ୍ଟନାୟକ,ଇଂ.ବିଶ୍ୱଜିତ ସାହୁ, ପପିନା ବେହେରା,ସତ୍ୟବ୍ରତ ଭୋଇ, ମନୋରଞ୍ଜନ ସାହୁ,ଵିଶାଲ ମାଝୀ ଏବଂ ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପାଇଲା “ସରସ୍ୱତୀ କଳା ପ୍ରତିଭା ସମ୍ମାନ – ୨୦୨୧”
|
March 26, 2021 |



