ଭଦ୍ରକ 27.11.2020 (ଲିଙ୍ଗରାଜ ପଣ୍ଡା): ଗ୍ରାମୀଣ ସ୍ବଚ୍ଛ ଭାରତ ମିଶନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଶୌଚାଳୟ ନିର୍ମାଣ ପାଇଁ ଅକ୍ଟୋବର ଶେଷ ସୁଦ୍ଧା ନୂତନ ଗୃହକର୍ତ୍ତାଙ୍କ ନାମ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ଜଣାଯାଇଛି ସୂଚନା ବ୍ୟବସ୍ଥାର ସମନ୍ବିତ ପରିଚାଳନାରେ ଶୌଚାଳୟ ନଥୁବା ନୂତନ ପରିବାର ନାମ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କ ଜଳ ପରିମଳ ବିଭାଗ ନିର୍ଦ୍ଦେଶକ ପତ୍ର ସଂଖ୍ୟା ୧୫୯୭୩ ଅନୁଯାୟୀ ଗତ ଅକ୍ଟୋବର ୧୪ ତାରିଖରେ ସମସ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମଗୁଡ଼ିକର ମଳମୁକ୍ତ ଷ୍ଟାଟସ ନିଶ୍ଚିତ କରିବାକୁ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ପତ୍ରରେ ଉଲ୍ଲେଖ କରାଯାଇଥିଲା। ଏଥିପାଇଁ ନୂତନ ଭାବେ ଯୋଗ୍ୟ ପରିବାରକୁ ଚିହ୍ନଟ କରି ତାଲିକାଭୁକ୍ତ କରିବାକୁ କୁହାଯାଇଥିଲା ଏଥିପାଇଁ ପ୍ରତ୍ୟେକ ବର୍ଷର ଅକ୍ଟୋବର ଓ ଏପ୍ରିଲ ମାସରେ ନିରନ୍ତର ଭାବେ ତାଲିକା ପ୍ରସ୍ତୁତ କରାଯିବ ବୋଲି ସୁଯୋଗ ଦିଆଯାଇଥିଲା ହେଲେ ଭଣ୍ଡାରିପୋଖରୀ ବ୍ଲକରେ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଯାଇଛି। ଗତ ପାଞ୍ଚବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଗ୍ରାମୀଣ ସ୍ୱଚ୍ଛଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହୋଇନଥିବା ଜଣାଯାଇଛି । ଜିଲ୍ଲା ସ୍ତରରେ ୬୩ ହଜାର ଶୌଚାଳୟ ନିର୍ମାଣ ହେବାକୁ ବାକି ରହିଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକରେ ୯୮୫୬ ଶୌଚାଳୟ ନିର୍ମାଣ ଅପେକ୍ଷାରେ ରହିଛି ସମଗ୍ର ଜିଲ୍ଲାରେ ୯୦ କୋଟି ୨୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପାରିନଥିବାରୁ ଦ୍ବିତୀୟ ପର୍ଯ୍ୟାୟ ପ୍ରତି ପ୍ରଶାସନିକ ସ୍ତରରେ ଉଦାସୀନତା ଦେଖାଦେଇଛି। । ଏପରିକି ନିର୍ମାଣ ସରିଥିବା ବହୁ ପୌଚାଳୟ ବାସ୍ତବରେ ହୋଇନଥିବା ଓ କେତେକ ସ୍ଥଳେ ମିଥ୍ୟା ବିଲ ହୋଇଥିବା, ପୁରୁଣା ଶୌଚାଳୟକୁ ଦେଖାଇ ବାର ହଜାର ଟଙ୍କା ପ୍ରୋତ୍ସାହନ ଅର୍ଥକୁ ହଡ଼ପ କରାଯାଇଥୁବା ବହୁ ଅଭିଯୋଗ ହୋଇଥୁଲା । ଏଥିରୁ ମୁକୁଳି ପାରିନଥିବାରୁ ଦ୍ବିତୀୟ ପର୍ଯ୍ୟାୟ ଶୌଚାଳୟ ନିର୍ମାଣ ପ୍ରତି ପ୍ରଶାସନ ମନ ବଳାଉ ନ ଥିବା ଜଣାଯାଇଛି ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତ୍ୟେକ ପରିବାର ପାଇଁ କେନ୍ଦ୍ର ସରକାର ଶୌଚାଳୟ ପାଇଁ ଅନୁଦାନ ‘ ବ୍ୟବସ୍ଥା ଅଧାରେ ଅଟକିଛି । ପରିବେଶ ସନ୍ଥ ରହିବା ସହ ଶରୀର ସୁସ୍ଥ ରହିବା ନେଇ ବାର୍ଭା ସଫଳ ହୋଇପାରି ନାହିଁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ୨୩ଟି ପଞ୍ଚାୟତରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶୌଚାଳୟ ନିର୍ମାଣ ଲକ୍ଷ୍ୟ କାଗଜପତ୍ରରେ ପୂରଣ ହୋଇଛି ମାତ୍ର ବାସ୍ତବ କ୍ଷେତ୍ରରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବା ଓ ଲୋକଙ୍କ ଦ୍ବାରା ବ୍ୟବହାର ହେବା ଲକ୍ଷ୍ୟ ପୂରଣା ହୋଇନଥିବା କୁହାଯାଉଛି ବ୍ଳକ ପକ୍ଷରୁ ସବୁ ରାଜସ୍ ଗ୍ରାମରେ ‘ବାହ୍ୟ ମଳମୁକ୍ତ ଗାଁ’ ର ଫଳକ ଲାଗିଛି ।