ନୂଆଦିଲ୍ଲୀ, ୨୧/ ୦୩ (ସନ୍ଧାନ ନିଉଜ): କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଦେଶର ୯୫ ପ୍ରତିଶତରୁ ଅଧିକ ଗାଁରେ ବର୍ତ୍ତମାନ ପାଞ୍ଚ କିଲୋମିଟର ଦୂରତା ମଧ୍ୟରେ ମାଧ୍ୟମିକ ବିଦ୍ୟାଳୟ ରହିଛି ।
ଏଥିସହ ଅନ୍ନପୂର୍ଣ୍ଣା ଦେବୀ ଲୋକସଭାରେ ବିବୃତି ଦେଇ କହିଛନ୍ତି ଯେ ୯୦ ପ୍ରତିଶତରୁ ଅଧିକ ଗାଁରେ ସାତ କିଲୋମିଟର ଦୂରତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ଗ୍ରାମାଞ୍ଚଳ ସମେତ ଦେଶରେ ଶିକ୍ଷା ତଥା ବିଦ୍ୟାଳୟର ଭିତ୍ତିଭୂମି ବୃଦ୍ଧି କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ର ସୁପାରିଶ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ସମାଜ ଶିକ୍ଷା ଯୋଜନା ସମେତ ବିଦ୍ୟାଳୟ ଶିକ୍ଷାର ମାନରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି ।
ଏହା ହେଉଛି ଏକ କେନ୍ଦ୍ରୀୟ ପ୍ରାୟୋଜିତ ଇଣ୍ଟିଗ୍ରେଟେଡ୍ ସ୍କିମ୍ ଯାହା ପ୍ରି-ସ୍କୁଲ୍ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିସ୍ତାର ହୋଇଛି ଏବଂ ବିଦ୍ୟାଳୟ ଶିକ୍ଷାର ସମସ୍ତ ସ୍ତରରେ ଅନ୍ତର୍ଭୂକ୍ତ ଏବଂ ସମାନ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।