ଧର୍ମଶାଳା, ୨୩/୦୫ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଂଚୟତର ଜଣେ ଯୁବକ ରାସ୍ତା ଦୃର୍ଘଟଣାର ଶିକାର ହୋଇ ଦୁଇଟି ଗୋଡ ଭାଙ୍ଗିଯିବା ପରେ ସମ୍ପୁଣ୍ଡ ପରିବାର ଏବେ ବିଭିନ୍ନ ସମସ୍ୟ ଭିତରେ ଦିନ କାଟୁଥିବା ବେଳେ ତାଙ୍କ ପରିବାରକୁ ପାଟପୁର ସମିତିସଭ୍ୟ ସୁବ୍ରତ ଧଳଙ୍କ ସମେତ ଗ୍ରାମର ଯୁବଗୋଷ୍ଠୀ ମିଳିତ ଭାବେ ସାହାର୍ଯ୍ୟ କରିଛନ୍ତି । ସୂଚନା ମୁତାବକ ବଡବାରିସାହି ହଳଦିପଦା ଗ୍ରାମର ବିନୋଦ ବିଶ୍ୱାଳ ନିଜ କାର୍ଯ୍ୟରେ ଯାଉଥିବା ସମୟରେ ଚମ୍ପାଝର ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ସେଠାରେ ଅଚେତ ହୋଇପଡିଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କଟକ ପଠାଇଥିଲେ ।ଦୃର୍ଘଟଣାରେ ତାଙ୍କର ଦୁଇଟି ଗୋଡ ଭାଙ୍ଗିଯାଇଥିବାରୁ ସେ ଆଉ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁନଥିଲେ । ଯାହା ଫଳରେ ପରିବାର ଭୋକ ଉପାସରେ ରହିଆସୁଥିଲେ । ଏପରିସ୍ଥଳେ ପାଟପୁର ସମିତିସଭ୍ୟ ଶ୍ରୀ ଧଳ ତାଙ୍କୁ ଆର୍ଥିକ ସାହାର୍ଯ୍ୟ କରିବା ସହିତ ରାସନ ସମାଗ୍ରୀ ଯୋଗାଇଦେଇଛନ୍ତି । ସେହିପରି ବଡବାରିସାହି ଗ୍ରାମର ଦହିବରା ବିକି୍ର କରି ନିଜର ୭ପ୍ରାଣୀ କୁଟୁମ୍ବ ପୋଷୁଥିବା ଧିରେନ୍ଦ୍ର ସାହୁଙ୍କର ୭ତାରିଖ ଦିନ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେବାରୁ ତାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କର ଏପରି ଅକଳା ବିୟୋଗରେ ତାଙ୍କ ଉପରେ ଭରସା କରୁଥିବା ପରିବାର ଏବଂ ଜଣେ ମାନସିକରୋଗରେ ପୀଡିତ ପୁଅ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ତାଙ୍କର ଏଭଳି ଅସୁବିଧା ସମୟରେ ଏହି ଯୁବଗୋଷ୍ଠୀ ତାଙ୍କ ସହିତ ଛିଡା ହୋଇ ରାସନ ବଂଟନ କରିଥିଲେ । ଏଥିରେ ସନ୍ତୋଷ ପ୍ରଧାନ, ବାସୁଦେବ ମହାରଣା, ଦିବ୍ୟରଂଜନ ସାହୁ, ପ୍ରବୋଧ ପୃଷ୍ଟି, ସନ୍ତୋଷ ପ୍ରଧାନ, ସୁବ୍ରତ ମହାପାତ୍ର, ଦୀପକ ରାଉତ, ଅକ୍ଷୟ ସାହୁ ପ୍ରମୁଖ ପଂହଚି ଅସମୟରେ ଦେବଦୂତ ଭଳି ପଂହଚି ସାହାର୍ଯ୍ୟ କରିଥିଲେ । ସେହିପରି ପଲିଶ୍ରୀ ପକ୍ଷରୁ ଉଭୟଙ୍କ ପରିବାରକୁ ସାହାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।
ଦୃର୍ଘଟଣା ଗ୍ରସ୍ତ ହୋଇ ଅସହାୟ ହୋଇପଡିଥିବା ଦୁଇ ପରିବାରକୁ ସହାୟତା
|
May 23, 2020 |