ଜେନାପୁର, ୯ ।୮ (ସନ୍ଧାନ ନିୟୁଜ) ଜେନାପୁର ଥାନା ଅନ୍ତର୍ଗତ ବ୍ରହ୍ମଣି ବ୍ରିଜ କବାଟବନ୍ଧ ନଦୀବନ୍ଧ ରାସ୍ତାର ମହିଷି ପାହାଚ ଛକରେ ଏକ ବୋଲେରୋ ଗାଡି ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହି ଗୁରୁତ୍ତର ଆହାତ ହୋଇଥିବା ଜଣା ପଡିଛି । ଆହାତ ଜଣକ ସ୍ଥାନୀୟ ଚକ୍ରଧରପୁର ପଂଚାୟତ ଅଧିନ ସାମନ୍ତରା ପୁର ଗ୍ରାମର ଶ୍ରୀଧର ସାମଲଙ୍କ ପୁଅ ବଳରାମ ସାମଲ(୩୫) ବୋଲି ଜଣା ପଡିଛି । ସୁଚନା ଥାଉକି ସେ ଏକ ସ୍ପେଣ୍ଡର ବାଇକ ନଂ ଓଡି ୩୪ଏ ୫୦୫୬ ରେ ବ୍ରାହ୍ମଣି ବ୍ରିଜ ଅଭିମୁଖେ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ବୋଲେରୋ ଗାଡି ନଂ ଓଡି ୦୪ଏଲ ୫୮୫୯ ଧକ୍କା ଦେଇଥିଲା । ଫଳରେ ବଳରାମ ଗୁରୁତ୍ତର ଆହାତ ହୋଇଥିଲେ । ସ୍ତାନୀୟ ସୁନିଲ ମହାରଣା ,କାହ୍ନା ବେହେରା ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି କବାଟବନ୍ଧ ସ୍ୱାଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏ ନେଇ ଥାନରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ଯାଇଛି ।
ଦୁର୍ଘଟଣାରେ ଜଣେ ଆହତ
|
June 9, 2019 |
