ଯାଜପୁର ୨୮/୩/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ସଦର, ରାସ୍ତା ଘାଟର ଉନ୍ନତି କରଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅସାଧୁ ଠିକାଦାର ମାନଙ୍କ ସାଙ୍ଗକୁ ବିଭାଗୀୟ ଅଧିକାରୀ ମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକର ସଫଳ ରୂପାୟନ ହୋଇପାରୁନଥିବା ନେଇ ଅଭିଯୋଗ ହୋଇଛି | ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ନାରିଙ୍ଗା ଠାରୁ ଦୁବକଣ ଭାୟା ଗରବନ୍ଧ ଜୁନ୍ଦୁପୁର ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କ୍ଷେତ୍ରରେ | ୧୧ କିମି ଏହି ରାସ୍ତା ନିର୍ମାଣ ପାଇଁ ରାଜ କନଷ୍ଟ୍ରକସନକୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ୨୨,0୯,୧୮, ୫୧0.00 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି | ସେହିପରି ୧-0୩-୨୪ ରିଖରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ୧-0୪-୨୫ ରିଖ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶନାମା ରହିଥିଲା | ମାତ୍ର ଇତି ମଧ୍ୟରେ ୧ ବର୍ଷ ହେବ ଅବଧି ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବା ଦେଖିବା ପାଇଁ ମିଳିଛି | ଠିକାଦାର ଜଣକ ବିହାର ରାଜ୍ୟର ହୋଇଥିବା ବେଳେ ଠିକାଦାର ଜଣକ ଆଦୌ କାର୍ଯ୍ୟ ସ୍ଥଳକୁ ଆସୁନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | ଠିକାଦାର ସମ୍ପୂର୍ଣ୍ଣ ଦାୟିତ୍ୱ ସୁପରଭାଇଜର ଉପରେ ନ୍ୟସ୍ତ କରିଦେଇ ନିଜେ ଆଦୌ କାର୍ଯ୍ୟ ସ୍ଥଳକୁ ଆସୁନଥିବାରୁ ସୁପରଭାଇଜର ମାନେ ମନ ଇଚ୍ଛା କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି | ଏହି ରାସ୍ତାଟି ନୂତନ ଭାବେ ନିର୍ମାଣ ହେଉଥିବା ବେଳେ ପ୍ରଶସ୍ତି କରଣ କାର୍ଯ୍ୟ ହେଉଥିବା ଦେଖିବା ପାଇଁ ମିଳିଛି | ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ନିୟମ ଅନୁଯାଇ ପ୍ରଥମେ ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ପାଇଁ ରାସ୍ତାର ଦୁଈ ପାର୍ଶ୍ୱରୁ ଅବରୋଧ ହଟେଇବା ସହ ରାସ୍ତା କଡରେ ଥିବା ଗଛ ଗୁଡିକୁ ବନ ବିଭାଗର ପରିମିସନ ନେଇ ଗଛ ଗୁଡିକୁ କାଟିବା ସହ ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡିକୁ ମଧ୍ୟ ସ୍ଥାନାନ୍ତର କରିବା କଥା | ମାତ୍ର ଏବେ ରାସ୍ତାର ଅଧିକାଂଶ ସ୍ଥାନ ପିଚୁ ଓ ଢଳେଇ ହୋଇସାରିଥିବା ବେଳେ ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟ କିମ୍ବା ଗଛ ଗୁଡିକୁ ଉଠା ନଯିବା ଫଳରେ ଅନେକ ସମୟରେ ଲୋକ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି | ସେହିପରି ରାସ୍ତା କାର୍ଯ୍ୟ କରିବା ପୂର୍ବରୁ ରାସ୍ତା ମଝିରେ ଥିବା ପୁରୁଣା କଲଭଟ ଗୁଡିକ ଭାଙ୍ଗି ନୂତନ ଭାବେ ପ୍ରଶସ୍ତି କରଣ କାର୍ଯ୍ୟ କରିବା କଥା | ମାତ୍ର ଠିକାଦାର ପୁରୁଣା କଲଭଟ ଗୁଡିକ ନଭାଙ୍ଗି କେବଳ ହୋମ ପାଇପ ଯୋଡ଼ିଦେଇ କାର୍ଯ୍ୟ ଶେଷ କରୁଥିବା ଦେଖିବା ପାଇଁ ମିଳିଛି | ସୁପରଭାଇଜର ନିଜର ଇଛା ମୁତାବକ କାର୍ଯ୍ୟ କରୁଥିବାରୁ ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ସେହିପରି ରାସ୍ତାର ଢ଼ଳେଇ କାର୍ଯ୍ୟ କରାଯାଉଥିବା ବେଳେ ଢ଼ଳେଇ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବାଲି ଗୁଡିକ ମାଟି ମିଶା ବାଲି ସାଙ୍ଗକୁ ଧୂଳି ବାଲିରେ ଢ଼ଳେଇ କରାଯାଉଥିବା ଦେଖିବା ପାଇଁ ମିଳିଛି | ଯେଉଁ ବାଲିକୁ ଲୋକ ମାନେ ଘରର ଫିଲିଙ୍ଗ କାର୍ଯ୍ୟରେ ବ୍ୟବହାର କରନ୍ତି ସେହିପରି ଧୂଳି ବାଲିରେ ଢ଼ଳେଇ କାର୍ଯ୍ୟ କରାଯାଉଥିବା ଦେଖିବା ପାଇଁ ମିଳିଛି | ଯାହା ଫଳରେ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ଏପରିକି ରାସ୍ତା କାର୍ଯ୍ୟ ହେଉଥିବା ସମୟରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ଆଦୌ କାର୍ଯ୍ୟ ସ୍ଥଳକୁ ଆସୁନଥିବା ନେଇ ଜନସାଧାରଣରେ ଅଭିଯୋଗ ହେଉଛି | ସେହିପରି ଜୁନ୍ଦୁପୁର ଗାଁ ଠାରୁ ବଡ଼କୁଆଁଲ ଗାଁ ପର୍ଯ୍ୟନ୍ତ ରାସ୍ତାର ଜୁନ୍ଦୁପୁର ଗାଁ ନିକଟରେ ଏକ ବଡ଼ ବ୍ରିଜ କାର୍ଯ୍ୟ କରାଯାଇ ଥିବା ବେଳେ ବ୍ରିଜକୁ ଲାଗି କରାଯାଇ ଥିବା ଗାର୍ଡ ୱାଲ ଫାଟି ଆଁ କରିଥିବା ବେଳେ ବ୍ରିଜ ନିର୍ମାଣ ସମୟରେ ବହୁ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ କେତେକ ଚାଷୀ ଅଭିଯୋଗ କରିଛନ୍ତି | ଚାଷୀ ମାନଙ୍କ ଅଭିଯୋଗ ଅନୁଯାଇ ବ୍ରିଜ ନିର୍ମାଣ ସମୟରେ ପୂର୍ବରୁ ଥିବା ଚାଷୀ ନାଳର ପାଣି ଲେବୁଲ ଠାରୁ ଖାଲ କରିବା ପରିବର୍ତ୍ତେ ପାଣି ଲେବୁଲ ଠାରୁ ଉଚ୍ଚ କରି ବ୍ରିଜ ତଳ ଢ଼ଳେଇ କରିଥିବାରୁ ବର୍ତ୍ତମାନ ନାଳରେ ପାଣି ପାସ କରୁନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି | ସେହିପରି ଏହି ବ୍ରିଜକୁ ଲାଗି ଆଜି ପିଚୁ କାର୍ଯ୍ୟ କରାଯାଉ ଥିବା ବେଳେ ରାସ୍ତା ଉପରୁ ମାଟି ସଫା ନକରି ମାଟି ଉପରେ ପିଚୁ କାର୍ଯ୍ୟ କରାଯାଉ ଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ତିବ୍ର ବିରୋଧ କରିଥିଲେ | ମାତ୍ର ଠିକାଦାର କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ସହଯୋଗରେ ଉକ୍ତ ରାସ୍ତାରୁ ମାଟି ସଫା ନକରି ମାଟି ଉପରେ ପିଚୁ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି | ଏହି ରାସ୍ତାର ଗରବନ୍ଧ ଠାରୁ ହଳୁପଡା ପର୍ଯ୍ୟନ୍ତ ୨ ମାସ ପୂର୍ବରୁ କରାଯାଇ ଥିବା ପିଚୁ ଏବେ ରାସ୍ତାରୁ ଫଡା ଫଡା ହୋଇ ଉଠିଯାଉଥିବା ଦେଖିବା ପାଇଁ ମିଳିଛି | ରାସ୍ତା କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଞ୍ଚଳ ବାସି ଦାବି କରିଛନ୍ତି | ଏଠାରେ ପ୍ରକାଶ ଥାଉକି ଏହି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ବାରମ୍ବାର ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିକଟରେ ଦାବି କରିବା ପରେ ବିଧାୟିକା ଶ୍ରୀମତୀ ମଲ୍ଲିକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ସହ ଉକ୍ତ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିବା ପାଇଁ ଅନୁରୋଧ କରିବା ପରେ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଥିଲା | ଆଶା ଥିଲା ରାସ୍ତା କାର୍ଯ୍ୟ ଶେଷ ହେଲେ ଜନସାଧାରଣ ସବୁଦିନ ପାଇଁ ଖଣ୍ଡିଏ ଭଲ ରାସ୍ତାରେ ଯିବା ଆସିବା କରିବେ | ମାତ୍ର ଠିକାଦାର ମାନଙ୍କର ଲାଭଖୋର ମନୋବୃତି ଓ ବିଭାଗୀୟ ଅଧିକାରୀ ମାନଙ୍କର ଲାଞ୍ଚ ଖୋର ମନୋବୃତି ପାଇଁ ଏବେ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | ରାଜ୍ୟରେ ସରକାର ପରିବର୍ତନ ହୋଇଥିଲେ ମଧ୍ୟ ଦୁର୍ନୀତି କମିବାର ନାଁ ଧରୁନି | ତେଣୁ ଯାଜପୁର ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ରାସ୍ତା କାର୍ଯ୍ୟରେ ହୋଇଥିବା ଅନିୟମିତତାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ରାସ୍ତା ଘାଟର ଉନ୍ନତି କରଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅସାଧୁ ଠିକାଦାର ମାନଙ୍କ ସାଙ୍ଗକୁ ବିଭାଗୀୟ ଅଧିକାରୀ ମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକର ସଫଳ ରୂପାୟନ ହୋଇପାରୁନଥିବା ନେଇ ଅଭିଯୋଗ ହୋଇଛି | ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ନାରିଙ୍ଗା ଠାରୁ ଦୁବକଣ ଭାୟା ଗରବନ୍ଧ ଜୁନ୍ଦୁପୁର ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କ୍ଷେତ୍ରରେ | ୧୧ କିମି ଏହି ରାସ୍ତା ନିର୍ମାଣ ପାଇଁ ରାଜ କନଷ୍ଟ୍ରକସନକୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ୨୨,0୯,୧୮, ୫୧0.00 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି | ସେହିପରି ୧-0୩-୨୪ ରିଖରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ୧-0୪-୨୫ ରିଖ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶନାମା ରହିଥିଲା | ମାତ୍ର ଇତି ମଧ୍ୟରେ ୧ ବର୍ଷ ହେବ ଅବଧି ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବା ଦେଖିବା ପାଇଁ ମିଳିଛି | ଠିକାଦାର ଜଣକ ବିହାର ରାଜ୍ୟର ହୋଇଥିବା ବେଳେ ଠିକାଦାର ଜଣକ ଆଦୌ କାର୍ଯ୍ୟ ସ୍ଥଳକୁ ଆସୁନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | ଠିକାଦାର ସମ୍ପୂର୍ଣ୍ଣ ଦାୟିତ୍ୱ ସୁପରଭାଇଜର ଉପରେ ନ୍ୟସ୍ତ କରିଦେଇ ନିଜେ ଆଦୌ କାର୍ଯ୍ୟ ସ୍ଥଳକୁ ଆସୁନଥିବାରୁ ସୁପରଭାଇଜର ମାନେ ମନ ଇଚ୍ଛା କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି | ଏହି ରାସ୍ତାଟି ନୂତନ ଭାବେ ନିର୍ମାଣ ହେଉଥିବା ବେଳେ ପ୍ରଶସ୍ତି କରଣ କାର୍ଯ୍ୟ ହେଉଥିବା ଦେଖିବା ପାଇଁ ମିଳିଛି | ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ନିୟମ ଅନୁଯାଇ ପ୍ରଥମେ ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ପାଇଁ ରାସ୍ତାର ଦୁଈ ପାର୍ଶ୍ୱରୁ ଅବରୋଧ ହଟେଇବା ସହ ରାସ୍ତା କଡରେ ଥିବା ଗଛ ଗୁଡିକୁ ବନ ବିଭାଗର ପରିମିସନ ନେଇ ଗଛ ଗୁଡିକୁ କାଟିବା ସହ ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡିକୁ ମଧ୍ୟ ସ୍ଥାନାନ୍ତର କରିବା କଥା | ମାତ୍ର ଏବେ ରାସ୍ତାର ଅଧିକାଂଶ ସ୍ଥାନ ପିଚୁ ଓ ଢଳେଇ ହୋଇସାରିଥିବା ବେଳେ ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟ କିମ୍ବା ଗଛ ଗୁଡିକୁ ଉଠା ନଯିବା ଫଳରେ ଅନେକ ସମୟରେ ଲୋକ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି | ସେହିପରି ରାସ୍ତା କାର୍ଯ୍ୟ କରିବା ପୂର୍ବରୁ ରାସ୍ତା ମଝିରେ ଥିବା ପୁରୁଣା କଲଭଟ ଗୁଡିକ ଭାଙ୍ଗି ନୂତନ ଭାବେ ପ୍ରଶସ୍ତି କରଣ କାର୍ଯ୍ୟ କରିବା କଥା | ମାତ୍ର ଠିକାଦାର ପୁରୁଣା କଲଭଟ ଗୁଡିକ ନଭାଙ୍ଗି କେବଳ ହୋମ ପାଇପ ଯୋଡ଼ିଦେଇ କାର୍ଯ୍ୟ ଶେଷ କରୁଥିବା ଦେଖିବା ପାଇଁ ମିଳିଛି | ସୁପରଭାଇଜର ନିଜର ଇଛା ମୁତାବକ କାର୍ଯ୍ୟ କରୁଥିବାରୁ ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ସେହିପରି ରାସ୍ତାର ଢ଼ଳେଇ କାର୍ଯ୍ୟ କରାଯାଉଥିବା ବେଳେ ଢ଼ଳେଇ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବାଲି ଗୁଡିକ ମାଟି ମିଶା ବାଲି ସାଙ୍ଗକୁ ଧୂଳି ବାଲିରେ ଢ଼ଳେଇ କରାଯାଉଥିବା ଦେଖିବା ପାଇଁ ମିଳିଛି | ଯେଉଁ ବାଲିକୁ ଲୋକ ମାନେ ଘରର ଫିଲିଙ୍ଗ କାର୍ଯ୍ୟରେ ବ୍ୟବହାର କରନ୍ତି ସେହିପରି ଧୂଳି ବାଲିରେ ଢ଼ଳେଇ କାର୍ଯ୍ୟ କରାଯାଉଥିବା ଦେଖିବା ପାଇଁ ମିଳିଛି | ଯାହା ଫଳରେ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ଏପରିକି ରାସ୍ତା କାର୍ଯ୍ୟ ହେଉଥିବା ସମୟରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ଆଦୌ କାର୍ଯ୍ୟ ସ୍ଥଳକୁ ଆସୁନଥିବା ନେଇ ଜନସାଧାରଣରେ ଅଭିଯୋଗ ହେଉଛି | ସେହିପରି ଜୁନ୍ଦୁପୁର ଗାଁ ଠାରୁ ବଡ଼କୁଆଁଲ ଗାଁ ପର୍ଯ୍ୟନ୍ତ ରାସ୍ତାର ଜୁନ୍ଦୁପୁର ଗାଁ ନିକଟରେ ଏକ ବଡ଼ ବ୍ରିଜ କାର୍ଯ୍ୟ କରାଯାଇ ଥିବା ବେଳେ ବ୍ରିଜକୁ ଲାଗି କରାଯାଇ ଥିବା ଗାର୍ଡ ୱାଲ ଫାଟି ଆଁ କରିଥିବା ବେଳେ ବ୍ରିଜ ନିର୍ମାଣ ସମୟରେ ବହୁ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ କେତେକ ଚାଷୀ ଅଭିଯୋଗ କରିଛନ୍ତି | ଚାଷୀ ମାନଙ୍କ ଅଭିଯୋଗ ଅନୁଯାଇ ବ୍ରିଜ ନିର୍ମାଣ ସମୟରେ ପୂର୍ବରୁ ଥିବା ଚାଷୀ ନାଳର ପାଣି ଲେବୁଲ ଠାରୁ ଖାଲ କରିବା ପରିବର୍ତ୍ତେ ପାଣି ଲେବୁଲ ଠାରୁ ଉଚ୍ଚ କରି ବ୍ରିଜ ତଳ ଢ଼ଳେଇ କରିଥିବାରୁ ବର୍ତ୍ତମାନ ନାଳରେ ପାଣି ପାସ କରୁନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି | ସେହିପରି ଏହି ବ୍ରିଜକୁ ଲାଗି ଆଜି ପିଚୁ କାର୍ଯ୍ୟ କରାଯାଉ ଥିବା ବେଳେ ରାସ୍ତା ଉପରୁ ମାଟି ସଫା ନକରି ମାଟି ଉପରେ ପିଚୁ କାର୍ଯ୍ୟ କରାଯାଉ ଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ତିବ୍ର ବିରୋଧ କରିଥିଲେ | ମାତ୍ର ଠିକାଦାର କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ସହଯୋଗରେ ଉକ୍ତ ରାସ୍ତାରୁ ମାଟି ସଫା ନକରି ମାଟି ଉପରେ ପିଚୁ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି | ଏହି ରାସ୍ତାର ଗରବନ୍ଧ ଠାରୁ ହଳୁପଡା ପର୍ଯ୍ୟନ୍ତ ୨ ମାସ ପୂର୍ବରୁ କରାଯାଇ ଥିବା ପିଚୁ ଏବେ ରାସ୍ତାରୁ ଫଡା ଫଡା ହୋଇ ଉଠିଯାଉଥିବା ଦେଖିବା ପାଇଁ ମିଳିଛି | ରାସ୍ତା କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଞ୍ଚଳ ବାସି ଦାବି କରିଛନ୍ତି | ଏଠାରେ ପ୍ରକାଶ ଥାଉକି ଏହି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ବାରମ୍ବାର ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିକଟରେ ଦାବି କରିବା ପରେ ବିଧାୟିକା ଶ୍ରୀମତୀ ମଲ୍ଲିକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ସହ ଉକ୍ତ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିବା ପାଇଁ ଅନୁରୋଧ କରିବା ପରେ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଥିଲା | ଆଶା ଥିଲା ରାସ୍ତା କାର୍ଯ୍ୟ ଶେଷ ହେଲେ ଜନସାଧାରଣ ସବୁଦିନ ପାଇଁ ଖଣ୍ଡିଏ ଭଲ ରାସ୍ତାରେ ଯିବା ଆସିବା କରିବେ | ମାତ୍ର ଠିକାଦାର ମାନଙ୍କର ଲାଭଖୋର ମନୋବୃତି ଓ ବିଭାଗୀୟ ଅଧିକାରୀ ମାନଙ୍କର ଲାଞ୍ଚ ଖୋର ମନୋବୃତି ପାଇଁ ଏବେ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | ରାଜ୍ୟରେ ସରକାର ପରିବର୍ତନ ହୋଇଥିଲେ ମଧ୍ୟ ଦୁର୍ନୀତି କମିବାର ନାଁ ଧରୁନି | ତେଣୁ ଯାଜପୁର ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ରାସ୍ତା କାର୍ଯ୍ୟରେ ହୋଇଥିବା ଅନିୟମିତତାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି
ଦୁବକଣ-ନାରିଙ୍ଗା ପୂର୍ତ୍ତ ରାସ୍ତା କାର୍ଯ୍ୟରେ ଅନିୟମିତତା: ମାଟି ଉପରେ ପିଚୁ, ସ୍ଥାୟୀତ୍ୱ ନେଇ ଉଠିଲା ପ୍ରଶ୍ନ
|
March 28, 2026 |



