ଦୁଇ ପି.ଇ.ଓଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ; ଘଟଣା ଚପାଇକୁ ଜି.ପି.ଓ ଉଦ୍ୟମ

Spread the love

କେନ୍ଦୁଝର ୫/୭ (ସନ୍ଧାନ ନିୟୁଜ ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଦୁଇ ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଜିଲାପାଳ ଆଶିଷ ଠାକ୍ରେ ନିଲମ୍ବିତ କରିଛନ୍ତି। ବୁଧବାର ଜିଲ୍ଲାପାଳ ପାଟଣା ବ୍ଲକକୁ ଆବାସ ଯୋଜନା ସମୀକ୍ଷା କରିବାକୁ ଆସିଥିବା ବେଳେ ବ୍ୟାପକ ଅନିୟମିତତା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ପରେ କାର୍ଯ୍ୟରେ ଅବହେଳା ଯୋଗୁଁ ୭ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏଥି ସହ କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଖିରେଇ ଟାଙ୍ଗିରି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲାଲମୋହନ ନାଏକ ଓ ବାଉଁଶୁଳି ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ ନାଏକ ଙ୍କୁ ମିଲମ୍ବିତ କରିଥିବା ବ୍ଲକ ବିତ୍ତ ଅଧିକାରୀ ଧନେଶ୍ୱର ନାଏକ ସୂଚନା ଦେଇଛନ୍ତି। ହେଲେ ଏ ଘଟଣା ଜାଣିବା ପାଇଁ ପାଟଣା ବ୍ଲକର ଗ୍ରାମ ପଞ୍ଚାୟତ ଅଫିସର ରଶ୍ମିରେଖା ମହାନ୍ତିଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଚପାଇ ବା ପ୍ରୟାସ କରୁଥିବାରୁ କୌଣସି ତଥ୍ୟ ଦେଇ ନାହାଁନ୍ତି। ଏଥି ପ୍ରତି ଜିଲାପାଳ ଦୃଷ୍ଟିଦେଇ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ଘଣ୍ଟ ଘଡାଇବାକୁ ଚେଷ୍ଟା କରୁଥିବା ଅଫିସରଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Related Posts

About The Author

Add Comment