ଦାନ୍ତିଆମୁହାଁରେ ଗଳାପୋଲ ନିର୍ମାଣ ଦାବି ଜୋର ଧରିଲା

Spread the love

ବେତନଟୀ, 29.11.2020 (ଲିଙ୍ଗରାଜ ପଣ୍ଡା) –ନହରପାଟଣା-ଝାଡ଼ପୋଖରିଆ ୧୮ ଜାତୀୟ ରାଜପଥର ବେତନଟୀ ଥାନା ଦାନ୍ତିଆମୁହାଁ ଛକ ଠାରେ ଗଳାପୋଲ ନିର୍ମାଣ ନିମନ୍ତେ ରାସ୍ତାକାର୍ଯ୍ୟ ପ୍ରାରମ୍ଭରୁ ଦାବି ହୋଇଆସୁଥିଲେ ମଧ୍ୟ ଏନଏଏଚଆଇ କର୍ତ୍ତୁପକ୍ଷ ଏହି ଦାବିକୁ ଭୃକ୍ଷେପ ନକରି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିଦେଲେ । ମାତ୍ର ଦନ୍ତିଆମୁହାଁ ଛକର ଗୁରୁତ୍ୱ କେତେ ସେଥିପ୍ରତି ଦୃଷ୍ଟି ନଦେବାରୁ ଉକ୍ତ ଛକରେ ଦୁର୍ଘଟଣା ଘଟିବା ନିତିଦିନିଆ ଘଟଣାରେ ପରିଣତ ହୋଇଥିଲେ ମଧ୍ୟ ଅଦ୍ୟାବଧୂ ଏନଏଏଚଆଇ କର୍ତ୍ତୃପକ୍ଷ ଚୁପ ରହିବାରୁ ଜନଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି  ଦାନ୍ତିଆମୁହାଁ ହାଟ ଭାରତପ୍ରସିଦ୍ଧ ହୋଇଥିବା ବେଳେ ଏହି ହାଟରୁ ଦଉଡି, ଶାଳପତ୍ର, ଶାଳପତ୍ର ନିର୍ମିତ ସାମଗ୍ରୀ, ସବାଇଘାସ ନିର୍ମିତବିଭିନ୍ନ ସାମଗ୍ରୀ ରପ୍ତାନୀ ହୋଇଥାଏ । ସପ୍ତାହର ଗୁରୁବାର ଓ ରବିବାର ଦନ୍ତିଆମୁହାଁ ହାଟରେ ପ୍ରାୟ ୫୦ହଜାରରୁ ଊଦ୍ଧ ଜନସମାଗମ ହୋଇଥାଏ । ଏତଦବ୍ୟତୀତ ଏହି ହାଟ ଅତିକ୍ରମକରି ଲମିଯାଇଥିବା ରାସ୍ତା ବେଙ୍ଗଲ ସହିତ ସିଧାସଳଖ ସଂଯୋଗ ରହିଛି  ଅନ୍ୟପଟେ ଏହି ରାସ୍ତା ଦୀଘା, ଜଳେଶ୍ବର, ଅମହାଁ ସହିତ ସିଧାସଳଖ ରାସ୍ତା ଥିବାରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା ଦୈନିକ ଉକ୍ତରାସ୍ତାରେ ହଜାର ହଜାର ଯାନବାହନ ଯିବା ଆସିବା କରିଥାଏ ଦାନ୍ତିଆମୁହାଁ ଛକରେ ଗଳାପୋଲର ଆବଶ୍ୟକତା ରହିଥିବାବେଳେ ଏହା ନିର୍ମାଣ କରିବା ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ନଦେବା, ଶୁକ୍ରବାର ଦୁର୍ଘଟଣାରେ ଜଣେ ନିରୀହ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଦାନ୍ତିଆମୁହାଁ ଅଞ୍ଚଳବାସୀଙ୍କ ମନରେ ଗଭୀର ରେଖାପାତ ସୃଷ୍ଟି କରିଛି  ଫଳରେ ଶନିବାର ଦନ୍ତିଆମୁହାଁ ଅଞ୍ଚଳବାସୀ ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁଙ୍କ ସହ ଯୋଗାଯୋଗ କରିଥିଲେ ସଂସଦ ଶ୍ରୀ ଟୁଡୁ ଶନିବାର ସକାଳେ ଦାନ୍ତିଆମୁହାଁ ପହଞ୍ଚି ସେଠାରେ ଉପସ୍ଥିତ ଥିବା ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଦାନ୍ତିଆମୁହାଁରେ ପ୍ରସିଦ୍ଧ ହାଟ ବ୍ୟତୀତ ବ୍ୟାଙ୍କ, ଉଚ୍ଚବିଦ୍ୟାଳୟ ସ୍ବାସ୍ଥ୍ୟକେନ୍ଦ୍ର, ରାଜସ୍ବ ବିଭାଗ କାର୍ଯ୍ୟାଳୟ ପୁଲିସ ଫାଣ୍ଡି ଇତ୍ୟାଦି ରହିଥିବାରୁ ଏହି ଗୁରୁତ୍ବପୂର୍ଣ୍ଣ ଦାନ୍ତିଆମୁହାଁ ଛକରେ ଗଳିପୋଲର ଆବଶ୍ୟକତା ରହିଛି ବୋଲି ସାଂସଦ ମଧ୍ୟ ଉପଲବ୍ଧି କରିଥିଲେ । ଏହି ଗଳାପୋଲ ନିର୍ମାଣ ନିମନ୍ତେ ଅଞ୍ଚଳବାସୀ ଏକଦାବିପତ୍ର ସଂସଦ ଶ୍ରୀ ଟୁଡ଼ୁଙ୍କୁ ପ୍ରଦାନ କରିଥିଲେ । ସାଂସଦ ଶ୍ରୀଟୁଡ଼ୁ ଏହି ଦାବିକୁ ଗୁରୁତର ସହ ବିଚାରକୁ ନେବା ସହିତ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ। ପ୍ରାକ୍ତନ ଜିଲାପରିଷଦ ସଦସ୍ୟ ଅର୍ଜୁନ ପାତ୍ର, ଜିଲାପରିଷଦ ସଦସ୍ୟ କାଳିଚରଣ ନାଏକ, ଦୀନକୃଷ୍ଣ ମହାନ୍ତ, ସନ୍ତୋଷ କୁମାର ମହାନ୍ତ, କ୍ରୀଷ୍ଣା ମହାନ୍ତ, ବିଶ୍ବଜିତ ମହାନ୍ତ, ସତ୍ୟଜିତ । ମହାନ୍ତ, ପ୍ରମୁଖ ଦାବିପତ୍ର ପ୍ରଦାନ କରିବାସହିତ ଗଳାପୋଲ ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ

 

Related Posts

About The Author

Add Comment