ଦାନଗଦୀ /୨୮/୧୧/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ର ମାନତୀରା ପଞ୍ଚାୟତ ର ଦସମାଣିଆ ଗାଁ ରେ ଥିବା ମା ହେଙ୍ଗୁଳା ପୀଠ ର ଉନ୍ନତି କରଣ ସହିତ କର୍ମୀ ମମ୍ମିଳନୀ ପାଇଁ ଏକ ସଭା ର ଆୟୋଜନ କରାଯାଇଥିଲା। ଏହି ସଭା ରେ ସୁକିନ୍ଦା ର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇ ଆସି ବାର କାର୍ୟ୍ଯକ୍ରମ ଥିଲା। ଯାହା କି ଦିନ ୨.୩୦ ରେ ଆସି ପହଞ୍ଚିଥିଲେ, ତାଙ୍କୁ ମାନତୀରା ପଞ୍ଚାୟତ ର ସମସ୍ତ ବିଜେଡି କର୍ମୀ ମାନେ ବାଜା ବାଣ ସହିତ ପାଛୋଟି ନେବା ସହିତ ଦସମାଣିଆ ରେ ଥିବା ମା ହେଙ୍ଗୁଳା ପୀଠ ରେ ପ୍ରଥମେ ପୂଜା କରିବା ପରେ ନୂତନ କାର୍ୟ୍ଯ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏବଂ ପାଖରେ ମଧ୍ଯ ଏକ ସଭା ର ଆୟୋଜନ କରାଯାଇ ଥିଲା। ସେହି ସଭା ରେ ଉପସ୍ଥିତ ରହିଥିବା ମଧ୍ଯ ଦେଖିବାକୁ ମିଲିଛି। ଏହି ସଭା ରେ ମାନତୀରା ପଞ୍ଚାୟତ ର ବହୁତ ବିଜେଡି କର୍ମୀ ଉପସ୍ଥିତ ରହିବା ସହିତ ମାନତୀରା ସରପଞ୍ଚ ଅକ୍ଷୟ କୁମାର ସିଂ, ୧୦ ନଂ ଜୋନ୍ ର ଜିଲ୍ଲା ପରିଷଦ ସୁକାନ୍ତ ସାମଲ, ୯ ନଂ ଜିଲ୍ଲା ପରିଷଦ ଶ୍ରୀମତୀ ଭାଗ୍ଯଲକ୍ଷ୍ମୀ ରାଉତ, ଦାନଗଦୀ ବ୍ଲକ ର ନାରୀ ନେତ୍ରୀ ଶ୍ରୀମତୀ ଅବନୀ ସାମଲ, ମାନତୀରା ପଞ୍ଚାୟତ ର ଯୁବନେତା ଆଦିକନ୍ଦ ପରିଡ଼ା ମଞ୍ଚ ରେ ମଞ୍ଚାସୀନ ହେବା ସହିତ ଉପସ୍ଥିତ କର୍ମୀମାନଙ୍କୁ ଭାଷଣ ଦେଇଥିଲେ। ଏବଂ ଆସନ୍ତା ପଞ୍ଚାୟତ ଇଲେକ୍ସନ ର ବିଗୁଲ ବଜାଇ ଥିବା କଥା ଉପସ୍ଥିତ କର୍ମୀମାନେ ଆଲୋଚନା କରିବା ଦେଖିବାକୁ ମିଲିଛି। ଆଜି ର ମୁଖ୍ଯ ଅତିଥି ଭାବେର ସୁକିନ୍ଦା ର ବିଧାୟକ ପ୍ରୀତିରଞ୍ଜନ ଘଡେଇ ଉପସ୍ଥିତ ରହି ଆଗକୁ ମାନତୀରା ପଞ୍ଚାୟତ ର ଆହୁରି ଅଧିକ ଉନ୍ନତି କରିବାକୁ କର୍ମୀ ମାନଙ୍କୁ ତାଙ୍କର ଭାଷଣରେ କହିବା ଦେଖିବାକୁ ମିଲିଛି ।ସମସ୍ତ କର୍ମୀ ମାନଙ୍କ ପାଇଁ ଦଳ ତରଫରୁ ଖାଦ୍ୟ ପେୟର ବେବସ୍ଥା କରଯାଇଥିଲା। ସମସ୍ତଙ୍କୁ ଧାଡି ରେ ଯାଇ ଖାଦ୍ୟ ଖାଉଥିବା ସହିତ ସମସ୍ତ ଅତିଥିମାନଙ୍କୁ ମଧ୍ଯ ଖାଉଥିବା ଦେଖିବାକୁ ମିଲିଛି।
ଦାନଗଦୀବ୍ଲକ ମାନତୀରା ପଞ୍ଚାୟତ ରେ କର୍ମୀ ସମ୍ମିଳନୀ ସହିତ ମା ହେଙ୍ଗୁଳା ପୀଠ ର ଉନ୍ନତି କରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ।
|
November 28, 2021 |



