ଦଳରେ ଯୋଗଦେଲେ ଅରୁଣ ଦେ

Spread the love

ବାଲେଶ୍ଵର, ୦୮/୧୦/୨୦ (ସନ୍ଧାନ ନିଉଜ) :- ବାଲେଶ୍ଵର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ତତ୍ପରତା ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରମୁଖ ରାଜନୈତିକ ଦଳରେ ବିଭିନ୍ନ ଦଳର କର୍ମୀ ଓ ନେତାଙ୍କୁ ନେଇ ଚାଲିଛି ମିଶ୍ରଣ ପର୍ବ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ମଧ୍ୟ ଜାରି ରହିଛି । ବୁଧବାର ଦିନ ବାଲେଶ୍ୱର ସିଦ୍ଧି କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ମହାମିଶ୍ରଣ ପର୍ବରେ ବର୍ଷୀୟାନ ରାଜନେତା ଅରୁଣ ଦେ ବିବଦ୍ଧ ଭାବରେ ଯୋଗ ଦେଇଛନ୍ତି । ତାଙ୍କ ସହିତ କଂଗ୍ରେସ ଦଳର ବହୁ ସକ୍ରିୟ ବରିଷ୍ଠ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଆଳି ବିଧାୟକ ପ୍ରତାପ ଦେବ, ବଡ଼ମା ବିଧାୟକ ଦେବୀ ମିଶ୍ର, ଜିଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ଗତ ନିର୍ବାଚନରେ ଦଳର ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀକୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଅରୁଣ ଦେଙ୍କ ବିଜେଡିରେ ମିଶ୍ରଣ ପରେ ଏବେ ବିଜେଡି ନିଜକୁ ଅଧ୍ୟ ସୁଦୃଜ ମନେ କରୁଛି । ଦଳରେ ଜଣେ ପୂର୍ବତନ ତଥା ଅଭିଜ୍ଞ ରାଜନେତା ସାମିଲ ହୋଇଥିବାରୁ ଦଳ ଫାଇଦାରେ ରହିବ ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ଦେ ୫ ଥର ବିଧାୟକ ହୋଇ ଜିଲାରେ ବେଶ ଚର୍ଚ୍ଚିତ ଚେହେରା ଭାବେ ପରିଗଣିତ ହୋଇଥାନ୍ତି । ସ୍ୱାସ୍ଥ୍ୟବସ୍ଥା ନେଇ ଏବେ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହିଲେ ବି ତାଙ୍କର ରଣନୀତିରେ ବିଜେଡି ଫାଇଦା ନେବାକୁ ନିଶ୍ଚିତ ଚେଷ୍ଟା କରିବ । ବିଶେଷ କରି ପୂର୍ବ ଅଭିଜ୍ଞତାରୁ କେଉଁ ଅଞ୍ଚଳରେ କେଉଁ ଗୋଟି ଚାଳନା କଲେ ଲୋକ ସମର୍ଥନ ମିଳିବ ସେଥିରେ ସେ ଧୂରନ୍ଧର । ସେ ୧୯୭୪ ମସିହାରେ ସିପିଆଇ ପକ୍ଷରୁ ନିର୍ବାଚନ ଲଢି ଜିତିଥିଲେ । ପୁଣି ୧୯୮୦ ମସିହାରେ ମଧ୍ୟ ସେହି ଦଳ ପକ୍ଷରୁ ନିର୍ବାଚନ ଲଢ଼ି ଜିତିଥିଲେ । ୧୯୯୦ ମସିହାରେ ଜନତା ଦଳ ସମର୍ଥନରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଥିଲେ । ପୁଣି ୧୯୯୫ ମସିହାରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଜିତିଥିଲେ । ଶେଷଥର ପାଇଁ ୨୦୦୪ ମସିହାରେ ଓଡ଼ିଶା ଗଣ ପରିଷଦ ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଥିଲେ । ତାଙ୍କର ଦୀର୍ଘ ଅଭିଜ୍ଞତାରୁ ନିଶ୍ଚିତ ବିଜେଡି ଫାଇଦା ନେବ ବୋଲି ଚର୍ଚ୍ଚା ହେଉଛି । ଏହି ମିଶ୍ରଣ ପର୍ବରେ ଅରୁଣ ଦେଙ୍କ ବ୍ୟତୀତ ବିଷ୍ଣୁ ମହାନ୍ତି, ସଂଳନ ବାଗ, ଘନଶ୍ୟାମ ଗିରି, ଶାନ୍ତନୁ ଦାସ, ଗଞ୍ଜନ ପ୍ରଧାନ, ମଧିସୂଦନ ମହାପାତ୍ର, ଦାମ ମାଝା, କାକ ବାରିକ, ସୁବାସ ପରମାଣିକ, ଅଜୟ ଜେନା, ଚୁନା କାନୁନଗୋ, ରବି ନାରାୟଣ ପାଣିଗ୍ରାହୀ, ଅସିତ ଦାସ, ଦେବେନ୍ଦ୍ର ଦାସ, ଆବୁ ତସଲିମ, ରମେଶ ତରେଇ, ହରିହର ବିଶ୍ବାଳ, ଜୟନ୍ତ ନାଥ, ଦେବାଶିଷ ସିଂ, ଅବଦୁଲ୍ ମୋହିତ ଖାଁ, ଲମ୍ବୋଦର ବେହେରା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ ମହାପାତ୍ର (ବାବୁ ପାତ୍ର), ରାଜେନ୍ଦ୍ର ରାଉତ, ସନ୍ତୋଷ ଦାସ, ତାପସ ବାସ, ରାଜେନ୍ଦ୍ର ମଲ୍ଲିକ, ମନୋରଞ୍ଜନ ମଲ୍ଲିକ, ଚନ୍ଦନ ମଲ୍ଲିକ, ବାପି ଖଟୁଆ, ରାଜେନ୍ଦ୍ର ରାଉତ (ରାଜା), ହେମନ୍ତ ବେହେରା, ସଞ୍ଜୟ କୁମାର ବିଶ୍ୱାଳ, ଶଶୀଭୂଷଣ ପାତ୍ର, ସୁଭଦ୍ରା । ପାତ୍ର, ରାଜୀବ କୁମାର ପରିଡା, ବିଜୟ ଖଟୁଆ, ଶୟୁ ସାମନ୍ତ, ଗଣେଶ ଆଡାକ, ନିରଞ୍ଜନ ଆଡାକ, ସଞ୍ଜିବ କୁମାର ପାତ୍ରଙ୍କ ସହ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Related Posts

About The Author

Add Comment