ଦର୍ଶନ ହାଇସ୍କୁଲକୁ ପରିଦର୍ଶନ କଲେ ବରୀ ବିଧାୟୀକା

Spread the love

ଯାଜପୁର, ୨୮/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାଶ ରାଉତରପୁର ପଂଚାୟତ କୁଣ୍ଡପାଟଣା ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କରାଯାଉଥିବା ଉଚ୍ଚବିଦ୍ୟାଳୟର ନୁତନ ଗୃହ ନିର୍ମାଣ କରାଯାଉଥିବା ଫାଇପଟି ଯୋଜନାରେ ହେଉଥିବା ବିଦ୍ୟାଳୟର କାର୍ଯ୍ୟକୁ ବରୀ ବିଧାୟୀକା ସୁନନ୍ଦା ଦାସ ପରିଦର୍ଶନ କରିଥିବା ବେଳେ, ବିଦ୍ୟଳୟର ନୁତନ ଗୃହକୁ ଶ୍ରୀମତୀ ଦାସ ତଦାରଖ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଦାସ ଯୋଗଦାନ କରି ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କରାଯିବା ସହିତ ବିଦ୍ୟାଳୟର ପରିଚାଳନା କମିଟି ସହିତ ଶ୍ରୀମତୀ ଦାସ ଆଲୋଚନା କରିଥିଲ । ବରୀ ବିଜେଡ଼ିର ସାରଥି ଦେବେନ୍ଦ୍ର ଦାସ ଯୋଗଦେଇଥିବା ବେଳେ ୩୬ନଂ ଜିଲ୍ଲାପରିଷଦ ସଭ୍ୟ ବିଜେଡ଼ିରେ ଯୋଗଦେଇଥିବା ଜିଲ୍ଲା ପରିଷଦ ସଭ୍ୟ ଚତୁର୍ଭୂଜ ଦ୍ୱିବେଦୀ ଯୋଗଦେଇଥିଲେ । ରାଉତରାପୁର ପଂଚାୟତର ସରପଂଚ ମମତା ମଲ୍ଲିକ ଯୋଗଦାନ କରିଥିବା ବେଳେ, ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା, ସମିତୀ ସଭ୍ୟା ଉମାରାଣୀ ମହାଳିକ ରସୁଲପୁର ବ୍ଲକ ଯୁବ ବିଜେଡ଼ି ଉପ-ସଭାପତି ପ୍ରଭାତ ରଞ୍ଜନ ପୃଷ୍ଟି, ଅନିରୁଦ୍ଧ ପୃଷ୍ଟି, ରମେଶ ପୃଷ୍ଟି, ଧନେଶ୍ୱର ତ୍ରୀପାଠୀ, ଅରୁଣ ସେଠୀ, ସପନ ବେହେରା, ପଂଚାୟତ ସଭାପତି ନରହରୀ ସାହୁ, ଦଶରଥ ପୃଷ୍ଟି ଯୋଗଦେଇଥିଲେ । ବରୀ ନିର୍ବାଚନ ମଣ୍ଡଳୀର ରାଉତରାପୁର ପଂଚାୟତର ବହୁ ବିଜେଡ଼ି କର୍ମୀ ଦର୍ଶନ ହାଇସ୍କୁଲ ପରିଶରରେ ଯୋଗଦାଇନ କରିଥିଲେ । କୁଣ୍ଡପାଟଣା ଗ୍ରାମର ବରିଷ୍ଠ ନାଗରୀକ ଶିକ୍ଷାବିତ ଶ୍ରୀମତୀ ଦାସଙ୍କୁ ପାଛୋଟି ନେଇଥିଲେ ।

Related Posts

About The Author

Add Comment