କଟକ,(ସନ୍ଧାନ ନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର (ଏସଏସବି) ବିଭାଗର ଅଧ୍ୟାପିକା ଶ୍ରୀମତୀ ମନସ୍ଵିନୀ ପଟ୍ଟନାୟକ ଦର୍ଶନଶାସ୍ତ୍ରରେ ଗବେଷଣାତ୍ମକ ସନ୍ଦର୍ତ୍ତ ପ୍ରସ୍ତୁତି କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଉପାଧି ଲାଭ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର୍ ଡ଼କ୍ଟର କବିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାରେ “ଇକୋସୋଫି ପାରାଡିଜିମ୍ ଟୁ ପ୍ରାକ୍ସିସ୍ ୱିଥ ସ୍ପେସିଆଲ ରେଫରେନ୍ସ ଟୁ ଅର୍ନେସେସ୍” ଶୀର୍ଷକ ଗବେଷଣା ନିବନ୍ଧ ପ୍ରସ୍ତୁତ କରିବା ପରେ ଏହା ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ ପ୍ରଫେସର୍ ଡ଼କ୍ଟର ଲଷ୍ମୀକାନ୍ତ ପାଢ଼ୀ ଏଵଂ ଆଇଆଇଟି କାନପୁର ପ୍ରଫେସର୍ ଡ଼କ୍ଟର ବିନୀତ ସାହୁଙ୍କ ଦ୍ୱାରା ପରୀକ୍ଷିତ ଓ ଉଚ୍ଚ ପ୍ରଶଂସିତ ହୋଇଛି । ଡ଼କ୍ଟର ମନସ୍ଵିନୀ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ସିଙ୍ଗାରପଲ୍ଲୀ ନିବାସୀ ରବୀନ୍ଦ୍ର ପଟ୍ଟନାୟକ ଓ ଜ୍ୟୋସ୍ନାବାଳା ପଟ୍ଟନାୟକଙ୍କ ପୁତ୍ରବଧୂ ଅଟନ୍ତି । ଏହି ସଫଳତାର ଶ୍ରେୟ ସେ ସ୍ୱାମୀ ଇଂ.ପ୍ରସନ୍ନ କୁମାର ପଟ୍ଟନାୟକ, ବାପା ସୁଶାନ୍ତ ପଟ୍ଟନାୟଙ୍କ,ମାତା ବନ୍ଦନାରାଣୀ ପଟ୍ଟନାୟକ, ପରିବାର ବର୍ଗ, ଗୁରୁଜନ,ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଏବଂ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି ।
ଦର୍ଶନ ଶାସ୍ତ୍ର ବିଭାଗରେ ପିଏଚଡି ଉପାଧି ଲାଭ ନେଇ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ।
|
March 15, 2026 |



