ଥଇଥାନ ପ୍ରତିଶ୍ରୁତି ପରେ ହଟିଲା ଅନଶନ

Spread the love

ବିଶୋଇ, 14/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :-  ବିଶୋଇ ବ୍ଳକ୍‌ରେ ହେବାକୁ ଥିବା ଗଳାପଲକୁ ସ୍ଥାନାନ୍ତରଣ ସହିତ ପ୍ରଭାବିତ ହୋଇଥିବା ୧୫୦ ପରିବାରଙ୍କୁ ଥଇଥାନ ଦାବିକରି ବିଶୋଇ ବ୍ଲକବାସୀ ଚଳାଇଥିବା ଆମରଣ ଅନଶନ ଆଜି ସମାପ୍ତ ହୋଇଛି । ବିଶୋଇ ତହସିଲଦାର ଚନ୍ଦ୍ରଶେଖର ଗୋରାଇ ଏବଂ ଏଲ୍ ଆଣ୍ଡ ଟି କମ୍ପାନୀ ଏନେଇ ପ୍ରତିଶ୍ରୁତି ଦେବାପରେ ଅନଶନରୁ ଓହରିଛନ୍ତି ଧାରଣାକାରୀ। ସୂଚନାଥାଉକି, ବିଶୋଇ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବିଶୋଇ ବ୍ଲକ୍ ଛକଠାରେ ଏକ ଗଳାପଲ ନିର୍ମାଣ ନିମନ୍ତେ ମଞ୍ଜୁରି ହୋଇଥିଲା । ତେବେ ଏହି ଗୋଳାପଲଟି ବିଶୋଇ ବ୍ଲକ୍ ଛକରେ ନିର୍ମିତ ନହୋଇ ୧ କିମି ଦୂରରେ ନିର୍ମାଣ ହେବା ପାଇଁ ଜାଗା ଚିହ୍ନଟ ହୋଇଥିଲା। ଏହା କାର୍ଯ୍ୟକାରୀ ହୋଇଥିଲେ ବିଶୋଇ ବ୍ଳକ୍‌ରେ ଥିବା ୬ଟି ବିଦ୍ୟାଳୟ ସମେତ ୭ଟି ସରକାରୀ କାର୍ଯ୍ୟାଳୟକୁ ଦୈନିକ ଆସୁଥିବା ଶତାଧିକ ଲୋକ ସମସ୍ୟା-ଭୋଗିଥାନ୍ତେ । ଏଥି ସହିତ ଏହି ଗଳାପଲ ନିର୍ମାଣ ହେବାଦ୍ବାରା ବିଶୋଇ କାଦପାଣି ଛକଠାରୁ ବିଶୋଇ ବ୍ଳକ୍ ପର୍ଯ୍ୟନ୍ତ ୧୫୦ଟି ଦୋକାନ ସମେତ ୩୦ଟି ପରିବାର । ବାସହରା ହେବେ। ତେଣୁ ଏହି ପୋଲ ସ୍ଥାନାନ୍ତରକୁ ବିରୋଧ କରିବା ସହ ଓଭରବ୍ରିଜ ନିର୍ମାଣ ଏବଂ । ଦୋକାନୀ ଓ ବାସହରା ହୋଉଥିବା ପରିବାରଙ୍କୁ ଥଇଥାନ ଦାବିରେ ଲୋକେ ଆମରଣ ଅନଶନରେ ବସିଥିଲେ । ତେବେ ଆଜି ଏଲ୍ ଆଣ୍ଡ ଟି କମ୍ପାନୀ କର୍ଣ୍ଣପକ୍ଷ, ବିଶୋଇ ତହସିଲଦାର ଓ ବିଶୋଇ ଥାନା ଅଧିକାରୀ ପହଞ୍ଚି ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ। ଗଳାପଲକୁ ସ୍ଥାନାନ୍ତର ନଚେତ ଲୋକଙ୍କ ଯାତାୟତ ଓ ଦୋକାନୀଙ୍କ ସୁରକ୍ଷା ନିମନ୍ତେ ଏହାର ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ ଅନଶନକାରୀ କମ୍ପାନୀ କର୍ତ୍ତୁପକ୍ଷ ଓ ପ୍ରଶାସନ ଏହି ଦାବିକୁ ମନିନେବା ସହ ଆଗାମୀ ଦିନରେ ଏହି ରାସ୍ତା ନିର୍ମାଣ ପାଇଁ ଯଦି କିଛି ଦୋକାନ କିମ୍ବା ପରିବାର ପ୍ରଭାବିତ ହୁଅନ୍ତି । ତେବେ ତାଙ୍କୁ ପ୍ରଥମେ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଯଦି ଗଳାପୋଲ ବ୍ଲକ୍ ଛକରେ ନହୁଏ ତେବେ ଏହାର ବିକଳ୍ପ ପାଇଁ ପ୍ଲାଏଓଭର ବ୍ରିଜ୍ ନିର୍ମାଣ, ଶାଖା ରାସ୍ତା (ସବ୍-ୱେ) ନିର୍ମାଣ ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଲା ପରେ ଅନଶନ ଉଠିଥିଲା। ଏଥିସହିତ ସ୍କୁଲ ପିଲାଙ୍କ ନିମନ୍ତେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ଲୋକେ ସ୍ବାଗତ ଜଣାଇବା ସହିତ ଅଧାପନ୍ତରିଆ ଭାବରେ ପଡିରହିଥିବା ଟ୍ରେନ୍ କାର୍ଯ୍ୟକୁ ନିର୍ମାଣ କରିବା ପାଇଁ ଲୋକେ ଦାବି ଜଣାଇଥିଲେ ।

Related Posts

About The Author

Add Comment